Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ ସଫଳତା: ଧରାପଡିଲା ଆନ୍ତଃ ରାଜ୍ୟ ବାଇକ ଲୁଟେରା ୧୯ ଟି ନାମୀଦାମୀ ବାଇକ ଜବତ ଜଣେ ଗିରଫ

ପାରଳାଖେମୁଣ୍ଡି:୨୮/୯(ଗରୁଡ଼ ଧ୍ୱଜ ଚୌଧୁରୀ) ପାରଳାଖେମୁଣ୍ଡି ପୋଲିସ କୁ ମିଳିଛି ବଡ଼ ସଫଳତା ଧରା ପଡିଲା ବାଇକ ଲୁଟେରା ୧୯ ଟି ନାମୀଦାମୀ ବାଇକ ଜବତ କରିବା ସହ ଆନ୍ତଃ ରାଜ୍ୟ ବାଇକ ଲୁଟେରା ଜଣକୁ ଗିରଫ କରିଥିବା ନେଇ ଆଜି ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ପୋଲିସର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ମହାନ୍ତି ସୂଚନା ଦେଇଛନ୍ତି l ତାଙ୍କର ସୂଚନା ଅନୁଯାୟୀ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଫରେଷ୍ଟ ଗେଟ ଛକ ନିକଟରେ ପାରଳାଖେମୁଣ୍ଡି ପୋଲିସ ଟିମ ଏସ ଆଇ ଲକ୍ଷ୍ମଣ ବେଶରାଙ୍କ ନେତୃତ୍ୱ ରେ ପୋଲିସ କର୍ମଚାରୀ ମାନେ ୨୭ରାତ୍ର୧୧
ଟା ସମୟରେ ଯାନବାହନ କରୁଥିବା ବେଳେ ଆର.ରଘୁନାଧମ୍ ଓରଫ ରଘୁ ପ୍ରଧାନ ଏକ କ୍ଲାସିକ ବୁଲେଟ ରେ ଯାଉଥିବା ବେଳେ ପୋଲିସ ହାବୁଡରେ ପଡ଼ିଥିଲା ତାଙ୍କୁ ପୋଲିସ ପଚରାଉଚରା କରିବାରୁ ଜଣାପଡ଼ିଲା ଯେ ସେ ଜଣେ ଆନ୍ତଃ ରାଜ୍ୟ ବାଇକ ଲୁଟେରା ଏବଂ ସେ ଧରିଥିବା ବୁଲେଟ ଟି ମଧ୍ଯ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପଲସା ରୁ ଚୋରି କରି ଆଣିଥିବା ସ୍ବୀକାର କରିଥିଲା I ତାକୁ ଥାନାକୁ ଆଣି ପୋଲିସ ଅଧିକ ଜେରା କରିବାରୁ ସେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା, ବିଜୟନଗରମ ଓ ଶ୍ରୀକାକୁଲମ ଜିଲ୍ଲାରୁ ବହୁ ନାମିଦାମୀ ମୋଟର ସାଇକେଲ ଚୋରି କରି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ରଖିଥିବା କହିଥିଲା l ତାହାପରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଏକ ପୋଲିସ୍ ଟିମ ଥାନା ଆଇ.ଆଇ.ସି ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ପି.ଏନ.ବେହେରା, ଏସ.ଆଇ ଲକ୍ଷ୍ମଣ ବେଷରା, ହାବିଲଦାର
ପି.ସି ମିଶାଲ ଙ୍କ ନେତୃତ୍ୱରେ ପୋଲିସ୍ ଗଜପତି ଜିଲ୍ଳାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୋହନା, ଚନ୍ଦ୍ରଗିରି, ରାମଗିରି ଖଜୁରୀପଦା ଅଞ୍ଚଳରୁ ନାମୀଦାମୀ ୧୯ ମୋଟରସାଇକେଲ ଉଦ୍ଧାର କରିଥିଲେ l ଉଦ୍ଧାର କରାଯାଇଥିବା ୧୯ ମୋଟର ସାଇକେଲ ମଧ୍ୟରୁ ବୁଲେଟ -୭ ଟି, ପୋଲସର୍ -୬ ଟି ୟମହା -୩ ଟି ଓ ଆପାଚି -୨ ଓ କେଟିଏମ୍ ବାଇକ -୧ ଟି ରହିଛି ଏ ଏସ ପି ଶ୍ରୀ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଥିଲେ l ଗିରଫ ହୋଇଥିବା ବାଇକ ଲୁଟେରା ନା ହେଲା ଆର ରଘୁନାଦମ୍ ଓରଫ ରଘୁ ପ୍ରଧାନ, ବୟସ (୨୯),ଗ୍ରାମ ପେଦାଞ୍ଚଳମ୍ଥାନା ପଲାସା, ଆନ୍ଧ୍ର ପ୍ରଦେଶ ବୋଲି ଜଣା ପଡିଛି l ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଆସାମୀ ବିରୋଧରେ କେସ ନଂ:୨୯୩/୨୮-୯-୨୪ରେ ଧାରା ୟୁ/ଏସ -୩୦୩(୨)/୩୧୭(୨)/୩(୫) ବିଏନଏସ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରୀ ରଖିଥିବା ପୋଲିସ କହିଛି l ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସପି ମାଧବା ନନ୍ଦ ନାୟକ, ଆଇ ଆଇ ସି ପ୍ରଶାନ୍ତ କୁମାର ଭୂପତି, ପୁରୁଣା ପାଟଣା ଥାନାର ସି ଆଇ. ଏନ. ସାଇ ପ୍ରମୁଖ ଉପସ୍ଥିତ ଥିଲେ l