Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ଅଭାବରୁ ଗାଁକୁ ଆସିଲାନି ଆମ୍ବୁଲାନ୍ସ : ଦୋଳାରେ ବୁହା ହୋଇ ହସ୍ପିଟାଲ ଗଲେ ରୋଗୀ

କଳାହାଣ୍ଡି, ୦୨/୧୦-କଳାହାଣ୍ଡି ଜିଲ୍ଲା ମଦନ ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ଲୁବେନଗଡ ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାସ୍ତା ନଥିବାରୁ ଜଣେ ଗୁରୁତର ରୋଗୀଙ୍କୁ ଦୋଳାରେ ବୋହି ନିଆଯାଇଛି ଡାକ୍ତରଖାନା। ଖବର ଅନୁଯାୟୀ, ଲୁବେନଗଡ଼ ପଞ୍ଚାୟତ ପୁଇଝରୀ ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ୧୦୮ ଆମ୍ବୁଲାନ୍ସ ସେବା ମିଳିପାରୁନାହିଁ। ଯାହାର କୁଫଳ ଆଜି ପୁଇଝରି ଗ୍ରାମବାସୀଙ୍କୁ ଭୋଗିବାକୁ ପଡିଛି। ଗୁରୁତର ଅବସ୍ଥାରେ ଥିବା ଜଣେ ରୋଗୀଙ୍କୁ ଏକ ଦୋଳାରେ ବୋହି ନିଆଯାଇଛି ୧୦ କିଲୋମିଟର ରାସ୍ତା। ଇଟିଲି ମାଝୀ ନାମକ ଜଣେ ମହିଳା ରୋଗୀ ହଠାତ ଗୁରୁତର ହୋଇ ପଡିବାରୁ ପ୍ରଥମେ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ତେବେ ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ ପରିବାର ଲୋକେ ଏକ ଦୋଳାରେ ତାଙ୍କୁ ବୋହି ଦଶ କିମି ଦୂରରେ ଥିବା ବାଲିବାଜୁ ପର୍ଯ୍ୟନ୍ତ ନେଇଥିଲେ । ସେଠାରୁ ଏକ ଅଟୋ ଯୋଗେ ଉର୍ଲାଦାନୀର ଏକ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରିଥିବା ସୂଚନା ମିଳିଛି।