ନୂଆଦିଲ୍ଲୀ: ବଢିଲା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି । କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ମେ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ସୂଚନା ଅନୁଯାୟୀ ଜେଲରେ ଥିବା ସିସୋଦିଆ ନିଜ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଦର୍ଶାଇ ଜାମିନ ଆବେଦନ କରିଥିଲେ । ସିସୋଦିଆଙ୍କ ପତ୍ନୀ ଅଟୋଇମ୍ୟୁନ ଡିସଅର୍ଡର ଭଳି ବିରଳ ରୋଗରେ ପୀଡିତ ଅଛନ୍ତି ।
ଉଲ୍ଲେଖ ଥାଉ କି, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ୨୬ ଫେବୃଆରୀରେ ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ଏବେ ସେ ତିହାର ଜେଲରେ ବନ୍ଦୀ ଅଛନ୍ତି ।