Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକରେ ଆସିଲା ଫଷଷ୍ଟଫୁଡ ଦୋକାନୀଙ୍କୁ ଗୁଳିମାରି ଫେରାର ହୋଇଗଲା

ନୂଆପଡ଼ା: ପ୍ରତିଦିନ ପରି ନୀଳାମ୍ବର ମେହେର ନିଜ ଫାଷ୍ଟଫୁଡ ଦୋକାନରେ ଗ୍ରାହକଙ୍କୁ ସେମାନଙ୍କ ବରାଦର ଖାଦ୍ୟ ଦେବାରେ ବ୍ୟସ୍ତ ଥିଲେ । ହଠାତ ବାଇକରେ ଜଣେ ଦୁର୍ବୃତ୍ତ ଆସିଲା । କେହି କିଛି ବୁଝିବା ପୂର୍ବରୁ ନିଳାମ୍ବରଙ୍କୁ ଗୁଳି ମାରିଲା । ଗୁଳିର ଶବ୍ଦ ଶୁଣି ଆଖପାଖର ଲୋକେ ଧାଇ ଆସିଥିବା ବେଳେ ଭିଡ଼ର ସୁଯୋଗ ନେଇ ଦୁର୍ବୃତ୍ତ ଜଣଙ୍କ ଘଟଣା ସ୍ଥଳରୁ ଚମ୍ପଟ ମାରିଲା । ଏମିତି ଘଟଣା ଘଟିଛି ନୂଆପଡା ସିନାପାଲି କାପଶି ଛକରେ ।

ତୁରନ୍ତ ଆହତ ନୀଳାମ୍ବରଙ୍କୁ ପ୍ରଥମେ ସିନାପାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଗୁଳିଟି ତାଙ୍କ ପେଟରେ ବାଜି ବାହାରି ଯାଇଛି l ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ