Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଜଗତ ଜନନୀଙ୍କ ନବରାତ୍ର ପୂଜା ଅବସରରେ ପାରଳାଖେମୁଣ୍ଡି ସହର ଚଳଚଞ୍ଚଳ

ପାରଳାଖେମୁଣ୍ଡି:(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପବିତ୍ର ଶାରଦୀୟ ଦୁର୍ଗାପୂଜା ତଥା ମା-ଜଗତ ଜନନୀଙ୍କ ନବରାତ୍ର ପୂଜା ଅବସରରେ ସମଗ୍ର ସହର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚଳଚଞ୍ଚଳ ହୋଇ ଉଠିଛି । ମାଆ’ଙ୍କ ନବରାତ୍ର ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ ମାନଙ୍କରେ ପୂଜାର୍ଚ୍ଚନା ଚାଲିଛି । ସହରରେ ୭୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ଧରି ବଡ଼ ବ୍ରାହ୍ମଣ ସାହି ଓ ଖଞ୍ଜା ସାହିରେ ପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗା ପୂଜା ଅତି ଧୁମଧାମରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ସେହିଭଳି ବିଭିନ୍ନ ଶକ୍ତି ପୀଠରେ ଅଧିଷ୍ଠାତ୍ରୀ ଦେବୀ ମାଆ ଦଣ୍ଡା ମାଲାମ୍ମା ଓ ନିଲାମା ମନ୍ଦିର ପୀଠ ମାନଙ୍କରେ ମାଆଙ୍କ ଏହି ନବରାତ୍ର ପୂର୍ଜାର୍ଚ୍ଚନା ସହ ଚଣ୍ଡୀପାଠ , ହୋମ ମହାପୂଜା ଓ ଆଳତି ପ୍ରଭୃତି କାର୍ଯ୍ୟକ୍ରମ ଚାଲିଛି ଓ ଏହା ପ୍ରତିଦିନ ଏହି କାର୍ଯ୍ୟକ୍ରମ ଜାରୀ ରହିବ । ସମଗ୍ର ସହର ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସଂପୃକ୍ତ କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସହ ମହିଳା , ଯୁବତୀ ଓ କିଶୋରୀ ମାନଙ୍କ ମଧ୍ୟରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ଦାଣ୍ଡିଆ ନୃତ୍ୟ ବେଶ୍ ମନଲୋଭା ଓ ଆକୃଷ୍ଟ ହୋପାରିଛି । ଏହା ପ୍ରତିଦିନ ସନ୍ଦ୍ୟାରୁ ରାତ୍ର ପର‌୍ୟ୍ୟ ଚାଲିରହୁଛି । ଏହି ଡାଣ୍ଡିଆ ନୃତ୍ୟ ଦେଖିବା ପାଇଁ ପ୍ରବଳ ଭି ପରିଲକ୍ଷିତ ହେଉଛି । ପୂଜା ମଣ୍ଡପ ଓ ଶକ୍ତି ପୀଠ ଗୁଡ଼ିକ ସଂପୃକ୍ତ ପୂଜାକମିଟି ମାନଙ୍କ ପକ୍ଷରୁ ଆକର୍ଷଣୀୟ ଭାବେ ବିଭିନ୍ନ ତୋରଣ , କଲାକୁଞ୍ଜ ପ୍ରଦର୍ଶନ କରାଯିବା ସହ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜ୍ଜିତ କରିଛନ୍ତି । ପୂଜା ମଣ୍ଡପ ଓ ଶକ୍ତି ପୀଠ ମାନଙ୍କରେ ପାରମ୍ପରିକ ରୀତିନୀତି ପ୍ରକାରେ ମାଆ ଙ୍କ ପୂଜାର୍ଚ୍ଚନା ଓ ସନ୍ଧ୍ୟା ଆଳତି ଦର୍ଶନ କରିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ସେହିଭଳି ସହରର ଅନ୍ୟ ଏକ ଶକ୍ତିପୀଠ ଶ୍ରୀ ବାସବୀ କନ୍ୟକା ପରମେଶ୍ୱରୀ ମନ୍ଦିରରେ ପୂଜା ପାଉଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ ନବରାତ୍ର ପୂଜା ଅବସରରେ ପ୍ରତିଦିନ ୩୦୦ ରୁ ଅଧିକ ମହିଳା ଏକତ୍ରିତ ହୋଇ ମାତ୍ର ୨ଘଣ୍ଟା ପାଇଁ କୁମ କୁମ , ଅଳତା ,ସିନ୍ଦୂର , ହଳଦିଆ ଚାଉଳ , କ୍ଷୀର , ପଞ୍ଚାମୃତ , ଦୀପ ଧୂପ , ଚନ୍ଦନ , ଫୁଲ ଫଳମୂଳ ଦେଇ ଦେବୀ ପାଠ ସହ ପୂଜାର୍ଚ୍ଚନା କରିବା ଦେଖା ଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ ଗୁଡିକରେ ପୋଲିସ ମୃତାୟନ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ