Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାପାଳ ନିଜେ ହାତରେ ଝାଡୁ ଧରି ସଫେଇ କରିବା ସହ ମହିଳା ଓ ଛାତ୍ରଛାତ୍ରୀଙ୍କୁ ସ୍ବଚ୍ଛତାର ଶପଥ ପାଠ କରାଇଲେ

ପାରଳାଖେମୁଣ୍ଡି:୯/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ନିଜେ ହାତରେ ଝାଡୁ ଧରି ସେଫଇ କରିବା ସହ ସ୍ୱଚ୍ଛତା ନେଇ ମହିଳା ମାନଙ୍କୁ ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ. ଗଜପତି ଜିଲ୍ଲା ରାୟଗଡ଼ ବ୍ଲକକୁ ରବିବାର ଜିଲ୍ଲାପାଳ ବିଜୟ କୁମାର ଦାସ ଗସ୍ତ କରିଥିଲେ। ନାରାୟଣପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପଞ୍ଚାୟତର ବିଭିନ୍ନ କାର୍ଯ୍ୟ ତଦାରଖ କରିଥିଲେ. ଏଥିସହ ବିଭିନ୍ନ କିସମ କିସମର ଚାରାରୋପଣ କରିଥିଲେ। ଲୋକଙ୍କ ସାଙ୍ଗରେ ମିଶି ସେମାନଙ୍କ ସମସ୍ୟା ପଚାରି ପଚାରି ବୁଝିଥିଲେ। ପରେ ଲାଞ୍ଜିପଦର ଛକ ଠାରେ ଜିଲ୍ଲାପାଳ ନିଜେ ହାତରେ ଝାଡ଼ୁ ଧରି ସଫେଇ କରିଥିଲେ। ସ୍ବଚ୍ଛତା ବାବଦରେ ଉପସ୍ଥିତ ସେବକପୁର ପର୍ଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ନାରାୟଣପୁର, ରାୟଗଡ଼ ଓ ଏସ.କରଡ଼ାସିଂ ପଞ୍ଚାୟତର ଏସ୍ଏଚ୍‌ଜି ମହିଳାମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ସ୍ବଚ୍ଛତା ଉପରେ ସଚେତନତା କରିବାକୁ ଶପଥ ପାଠ କରାଇଥିଲେ। ବ୍ଳକ୍ ଅଧ୍ଯକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧ୍ୟକ୍ଷ ଜ୍ୟୋତିପ୍ରସାଦ ପାଣି, ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ପୃଥ୍ବୀରାଜ ମଣ୍ଡଳ, ଜଳ ଓ ପରିମଳ ବିଭାଗ ଜିଲ୍ଲା ସଂଯୋଜକ ଜି. ସୁନୀଲ ଓ ବିଜୟ କୁମାରଙ୍କ ସମେତ ପଞ୍ଚାୟତ ପ୍ରତିନିଧ ଓ କର୍ମ ଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବିଡିଓ ସୁଧୀର କୁମାର ସିଂ ପରିଚାଳନା କରିଥିବା ବେଳେ ପରିଚାଳନାରେ ସ‌ହ‌ଯୋଗ କରିଥିଲେ ବିଆରସିସି ସ୍ବରୂପ କୁମାର ପଟ୍ଟନାୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ