Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ଦପ୍ତରରେ ଦଶହରା ମାମୁଲି ପାଇଁ ଭିଡ ସରକାରୀ ବାବୁ ମାନେ ଅତିଷ୍ଠ ….

ପାରଳାଖେମୁଣ୍ଡି:୯/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଳାର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ କୁ ମାମୁଲି ପାଇଁ ଫୋନ କଲ ଆସିବା ଫଳରେ ଅଧିକାରୀ ମାନେ ଅତିଷ୍ଠ ହୋଇ ପଡିଲେଣି l ବାଲି ମାଫିଆ ,ମଦ ମାଫିଆ, ଠିକାଦାର ଓ ବିଭିନ୍ନ ସରକାରୀ ନିର୍ମାଣ ବିଭାଗର ଯନ୍ତ୍ରୀ ମାନଙ୍କୁ ଫୋନ ଦ୍ବାରା ଯୋଗାଯୋଗ ଆରମ୍ଭ ହୋଇଛି
ପାରଳାଖେମୁଣ୍ଡି ସହରରେ ଥିବା ଅଧିକାଂଶ ସରକାରୀ ଦପ୍ତର ରେ ଭିଡ ଦେଖିବାକୁ ମିଳୁଛି l ଦଶହରା ନାଁରେ ଗଜପତି ଜିଲ୍ଲାରେ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମାଳ ମାଳ ହୋଇ ମାମୁଲି ଆଦାୟରେ ଲାଗି ପଡ଼ିଥିବା ଲକ୍ଷ କରାଯାଇଛି l ଯେଉଁ ବିଭାଗରେ ଯନ୍ତ୍ରୀ ତନ୍ତ୍ରୀ ଅଧିକ ପିସି ଠିକାଦାର ଙ୍କ ଠାରୁ ଅଧିକ ପିସି ଆଦାୟ ଓ ମିଥ୍ୟା ବିଲ କରି ଖାଉଛନ୍ତି ସେ ସବୁ ବିଭାଗୀୟକାର୍ଯ୍ୟାଳୟ ରେ ଦଶହରା ମାମୁଲ ନେବା ପାଇଁ ଅଧିକ ଭିଡ ଜମୁଛି l ଯାହାକୁ ନେଇ ମଦ ମାଫିଆ, ବାଲି ମାଫିଆ, ଜମି ମାଫିଆ ସମେତ ସରକାରୀ ବାବୁମାନେ ଗୋଦି ମିଡିଆ କୁ ଭୟ କଲେଣି ନଦେଲେ ତୁମ କଥା ବୁଝିବୁ ବୋଲି ଧମକ ମିଳୁଛି l ଅଧିକାଂଶ ଅଧିକାରୀ ମାନେ କାର୍ଯ୍ୟାଳୟ ଉପସ୍ଥିତ ନରହି ମୋବାଇଲ ମଧ୍ଯ ରଖୁଛନ୍ତି କିମ୍ବା କଲ ରିଶିଭ କରୁନାହାନ୍ତି କାରଣ ମାଳ ମାଳ ସାମ୍ୱାଦିକ କାହାକୁ ଦେବେ ଅସଲି ସାମ୍ବାଦିକ କିଏ ନକଲି ସାମ୍ବାଦିକ କିଏ ଜାଣିବି ହେଉନି l ଆଗାମୀ ଦିନରେ ଦଶହରା ମାମୁଲିକୁ ନେଇ କୌଣସି ପ୍ରକାର ଅସୁସ୍ଥ ବାତାବରଣ ସୃଷ୍ଟି ହେଲେ ସେଥି ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ l ଏଣୁ ବେଳ ଥାଉ ଥାଉ ଗଜପତି ଜିଲ୍ଲାରେ ଅସଲି ଓ ନକଲି ସାମ୍ବାଦିକ ଚିହ୍ନଟ କରାଯାଉ କିଛି ନକଲି ସାମ୍ବାଦିକ ପାଇଁ ବୃତ୍ତି ଗତ ଅସଲି ସାମ୍ବାଦିକ ମାନେ ବଦନାମ ହେଉଛନ୍ତି l ଏହାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ମିଳିତ ଭାବେ ତଦାରଖ କରିବା ପାଇଁ ପଦକ୍ଷେପ ନିଅନ୍ତୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ମାଳ ମାଳ ଗାଡ଼ିରେ ପ୍ରେସ ଲେଖି ଓ ବେକରେ ନକଲି ପରିଚୟ ପତ୍ର ସ୍ଥାନୀୟ ପୋଲିସ ଏହାକୁ ନେଇ କଠୋର ହେବା ଆବଶ୍ୟକ କାରଣ କିଛି ମାସ ତାଳେ ଗଞ୍ଜାମଓ ବ୍ରହ୍ମପୁର ପୋଲିସ ଅନେକ ନକଲି ସାମ୍ବାଦିକ ଙ୍କୁ ଗିରଫ ବି କରିଛି l ଅନେକ ଗାଡ଼ିରେ ପ୍ରେସ ଲେଖି ପୋଲିସ ଆଖିରେ ଧୁଳି ଦେଇ ବୁଲୁଛନ୍ତି ନକଲି ସାମ୍ବାଦିକ ମାନଙ୍କ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୃତ୍ତି ଗତ ଅସଲି ସାମ୍ୱାଦିକ ମାନଙ୍କ ସମ୍ମାନ ରକ୍ଷା କରିବା ପାଇଁ ଦାବୀ ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ