Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଆବାସିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ “ଏଥେଲେଟ ମିଟ ୨୦୨୪” ଅନୁଷ୍ଠିତ

କଳାହାଣ୍ଡି:୧୬/୧୦
ରିପୋର୍ଟ—ସନତ ପ୍ରଧାନୀ
ବିକାଶ ଆବାସିକ ବିଦ୍ୟାଳୟ, ଭବାନୀପାଟଣା ଠାରେ ବାର୍ଷିକ କ୍ରୀଡା ଉତ୍ସବ “ଏଥେଲେଟ ମିଟ ୨୦୨୪” ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡ଼ ବସନ୍ତ କୁମାର ପ୍ରଧାନ ( ଡିନ୍ ସହିଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ, ଭବାନୀପାଟଣା ) ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ନାନିତ ଅତିଥି ରୂପେ ପ୍ରଫେସର ଡ଼. ବିଚିତ୍ରାନନ୍ଦ ସ୍ୱାଇଁ , ଶ୍ରୀଯୁକ୍ତ ଡି.ଶ୍ୟାମ ନିର୍ଦ୍ଦେଶକ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ , ଓଡ଼ିଶା, ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ରାମ କୁମାର, ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି.ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଶ୍ରୀମତୀ ଡି.ପଦ୍ମିନୀ , ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ । ସର୍ବ ପ୍ରଥମେ ବିଦ୍ୟାଳୟର ପତାକା ଉତ୍ତୋଳନ ଓ ମଶାଲ ପ୍ରଜ୍ବଳନ ପୂର୍ବକ ମୁଖ୍ୟ ଅତିଥି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି.ବିଜୟା ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀମତୀ ଡି.ପଦ୍ମିନୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ନିର୍ଦ୍ଦେଶକ ଡି.ରାମ କୁମାର ତାଙ୍କ ବକ୍ତବ୍ୟରେ ଆମ ଜୀବନରେ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମ ପାଠପଢା ସହ କ୍ରୀଡା କ୍ଷେତ୍ରରେ ମଧ୍ୟ କିପରି ସୁନାମ ଅର୍ଜନ କରିପାରିବା ତତ୍ ସମ୍ପର୍କରେ ବିଦ୍ୟାର୍ଥୀ ମାନଙ୍କୁ ଅବଗତ କରାଇ ଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ସମୟରେ କ୍ରୀଡାର ମହତ୍ତ୍ଵ ଓ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିବାସହ କ୍ରୀଡା ଶିକ୍ଷାର ଏକ ଗୁରୁତ୍ତ୍ଵପୂର୍ଣ୍ଣ ଅଙ୍ଗ ବୋଲି ଦର୍ଶାଇ ଥିଲେ। ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥିଙ୍କୁ ଉପଢ଼ୌକନ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏହି କ୍ରୀଡା ପ୍ରତିଯୋଗିତା ନର୍ସରୀ ରୁ ଦ୍ଵିତୀୟ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ।ଏଥିରେ ୩୦ ମିଟର ରେସ, ବେଲୁନ ରେସ , ଚକୋଲେଟ୍ ରେସ, ମେଥ ରେସ, ଫ୍ରକ୍ ଜମ୍ପ, ସେକ୍ ରେସ ଅନୁଷ୍ଠିତ ହୋଇଥିବା ବେଳେ ଅଭିଭାବକ ମାନଙ୍କୁ ନେଇ ବେଲେନ୍ସ ରେସ ଓ ରିଲେ ରେସ ଅନୁଷ୍ଠିତ ହୋଇ କୃତି ଛାତ୍ର ଛାତ୍ରୀ ଓ କୃତି ଅଭିଭାବକଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ କ୍ରୀଡା ଶିକ୍ଷକ , ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା।