Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଆବାସିକ ବିଦ୍ୟାଳୟ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ” ରେ ସ୍ଥାନିତ ।

କଳାହାଣ୍ଡି:୨୧/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
ସୋମବାର ଦିନ ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ଏକ ନୂତନ କିର୍ତ୍ତିମାନ ହାସଲ କରିବାରେ ସଫଳ ହୋଇଛି । ଚଳିତ ବର୍ଷ ଅଗଷ୍ଟ ୧ ତାରିଖ “ସମ୍ବଲପୁରୀ ଦିନ ” ପାଳନ ଅବସରରେ ଅନୁଷ୍ଠାନର ତିନିଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଙ୍କୁ ନେଇ ସାମୁହିକ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ଏବଂ ଉକ୍ତ କାର୍ଯ୍ୟକ୍ରମକୁ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ” ରେ ସ୍ଥାନିତ କରିବା ନିମନ୍ତେ ପଠାଯାଇଥିଲା । ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ଅନୁଷ୍ଠାନ ତରଫରୁ ଏକ ଭବ୍ୟକାର୍ଯ୍ୟକ୍ରମର ଆୟୋଜନ କରାଯାଇ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ” ର ପ୍ରତିନିଧି ଙ୍କ ଦ୍ଵାରା କାର୍ଯ୍ୟକ୍ରମଟି ” ଇଣ୍ଡିଆ ଵୁକ୍ ଅଫ ରେକର୍ଡ” ରେ ସ୍ଥାନିତ ହେଲାବୋଲି ଘୋଷଣା କରାଗଲା ।ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷବିତ୍ ଡ଼.ଅଜୟ ମିଶ୍ର ଅବସର ପ୍ରାପ୍ତ ଅଧ୍ୟକ୍ଷ vସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣା , ଡ଼.ପରମେଶ୍ୱର ମୁଣ୍ଡ ଅଧ୍ୟକ୍ଷ ସାନ୍ଧ୍ୟ ମହାବିଦ୍ୟାଳୟ, ଭବାନୀପାଟଣା l ଡ଼.ବିଭୁତି ବାରିକ ଇଣ୍ଡିଆ ଵୁକ୍ ଅଫ୍ ରେକର୍ଡସ ର ପ୍ରତିନିଧି , ଶ୍ରୀଯୁକ୍ତ ଡି.ଶ୍ୟାମ ନିର୍ଦ୍ଦେଶକ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ, ଓଡ଼ିଶା ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ରାମ କୁମାର, ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡ଼ି.ବିଜୟା , ପରିଚାଳନା ମଣ୍ଡଳୀ ସଦସ୍ୟl ଶ୍ରୀମତୀ ଡ଼ି. ପଦ୍ମିନୀ, ବିକାଶ ଉଚ୍ଚ ମlଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମହାନ୍ତି, ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ , କଣ୍ଟାବାଞ୍ଜି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ବରଂଜନ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ସ୍ବାଗତ ବକ୍ଟବ୍ୟ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଡ଼.ଅଜୟ ମିଶ୍ର ଅଗଷ୍ଟ ୧ତାରିଖରେ ଅନୁଷ୍ଠିତ ହୋଇଥିବା ଉତ୍ସବର ର ସ୍ମୃତି ଚାରଣ କରିଥିଲେ। ଅଧ୍ୟକ୍ଷ ଡ଼. ପରମେଶ୍ୱର ମୁଣ୍ଡ କଳାହାଣ୍ଡିର ଉତ୍କୃଷ୍ଟ କଳାକୁ ଆଗାମୀ ଦିନରେ ବିଶ୍ଵ ଦରବାରରେ ଉପସ୍ଥାପନ କରିବା ନେଇ ମତ ପ୍ରଦାନ କରିଥିଲେ। ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି.ବିଜୟା ଏବଂ ନିର୍ଦ୍ଦେଶକ ଡି.ରାମ କୁମାର ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ କିପରି କଠୋର ପରିଶ୍ରମ କରିଛନ୍ତି ତାହା ଦର୍ଶାଇବା ସହ ତାହାର ଫଳ ଆଜି ପ୍ରାପ୍ତ ହୋଇଛି ବୋଲି ପ୍ରକାଶ କରିଥିଲେ। ପୁନର୍ବାର ଉକ୍ତ ଦିନର ନୃତ୍ୟ ଓ ସଙ୍ଗୀତ କୁ ସର୍ବ ସମ୍ମୁଖରେ ପରିବେଷଣ କରାଯାଇଥିଲା l ଏହାପରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ର ପ୍ରତିନିଧିଙ୍କ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା । ପରେପରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ର ପ୍ରତିନିଧି ଡ଼.ବିଭୂତି ବାରିକ, ସଙ୍ଗୀତ ଶିକ୍ଷକ ଗଣେଶ ପୃଷ୍ଟି , ନୃତ୍ୟ ଗୁରୁ ଶତାବ୍ଦୀ ନାୟକ ଓ ସିଦ୍ଧେଶ୍ଵର ବେହେରା ଙ୍କୁ ଉପଢ଼ୌକନ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ପରିଶେଷରେ ରିଙ୍କି ଶୁକ୍ଳା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଅନୁଷ୍ଠାନରେ ଖୁସିର ଲହରୀ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ