Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସହରରକଣ୍ଡରା ସାହିରେ ମହା ଆଡ଼ମ୍ବରରେ ଗଜଲକ୍ଷ୍ମୀ ପୂଜା ଅନଷ୍ଠିତ ପ୍ରଦୀପ ପ୍ରଜ୍ବଳନ, ଅନ୍ନ ପ୍ରସାଦ ସେବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୬/୧୦(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ୧୨ ନମ୍ବର ୱାର୍ଡ କଣ୍ଡ୍ର।ସାହି ଠାରେ ଗଜଲକ୍ଷ୍ମୀ ପୂଜାରେ ୧୧୦୮ ପ୍ରଦୀପ ପ୍ରଜ୍ବଳନ, ଅନ୍ନ ପ୍ରସାଦ ସେବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୁତି ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା ମାଆ ଗଜଲକ୍ଷ୍ମୀଙ୍କ ପୂଜା ଏହି ଗଜ ଲକ୍ଷ୍ମୀ ପୂଜା ପୂଜା ଦୀର୍ଘ ୩୯ ବର୍ଷ ଧରି ମହା ଆଡ଼ମ୍ବରରେ ପାଳିତ ହୋଇ ଆସୁଛି। ସକାଳେ ସୂର୍ଯ୍ୟ ପୂଜା ସହିତ ଅନ୍ୟ ପୁଜା ମଧ୍ୟ ଯଥା ରୀତିନୀତିରେ ହୋମ ଘୃତଯଜ୍ଞ ଆଳତୀ ପ୍ରଭୃତି ହେଉଛି ।ସନ୍ଧ୍ୟା ସମୟରେ ମାଆଙ୍କ ଆଳତୀ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସଂକୀର୍ତ୍ତନ ଅନୁଷ୍ଠିତ ହେଉଛି । ମାଆଙ୍କ ଦର୍ଶନ ଓ ଆଶିଷ ନେବା ସକାଶେ ଆଖପାଖ ଅଞ୍ଚଳ ଓ ପଡୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଛି । ସାହି ବାସିନ୍ଦାଙ୍କ ମିଳିତ ସହଯୋଗରେ ଗଜଲକ୍ଷ୍ମୀ ପୂଜା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ