Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଦ୍ବାରା ୭ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି:୨୬/୧୦( ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରୁ ପୋଲିସ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣର ପୋଲିସ ସୂଚନା ପାଇ ଚଢ଼ାଉ କରି ୭ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିବା ଖବର ମିଳିଛି. ଘଟଣାରୁ ପ୍ରକାଶ, ଅଡ଼ବା ଥାନା ପୁଲିସ ଭାଲିଆଗୁଡା ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଟାଟା ଏସି ଗାଡିକୁ ତନଖି କରିବାରେ ୭କ୍ସିଣ୍ଟାଲ ୭୦ କେଜି ୭୦୦ଗ୍ରାମ ଗଞ୍ଜେଇ ରହିଥିବା ଦେଖିଥିଲେ. ଏହି ଘଟଣାରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ନୟାଗଡ ଜିଲ୍ଲା ରଗଡିମଡ଼ା ଅଞ୍ଚଳର ବସନ୍ତ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରଶାନ୍ତ ଚନ୍ଦ୍ର ପାଲକା ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇ ଗଜପତିରୁ ନୟାଗଡ଼ ଜିଲ୍ଲା ଦେଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା ବେଳେ ପୋଲିସ ଜବତ କରିଛି. ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ