Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଜିଲ୍ଳାରେ ପୁଣି ଜନନୀ ଯନ୍ତ୍ରଣା ଗାଁକୁ ରାସ୍ତା ନାହିଁ…. ଗର୍ଭବତୀ ମହିଳାଙ୍କ ଶବ ୨ କିମି ବୋହିଲେ ଗ୍ରାମବାସୀ

ପାରଳାଖେମୁଣ୍ଡି:୨୮/୧୦(ଗରୁଡ଼ ଧ୍ୱଜ ଚୌଧୁରୀ)ଗାଁକୁ ରାସ୍ତା ନଥିବା ଯୋଗୁଁ ଯାଇପରି ଲାନି ଆମ୍ପୁଲା ଲାନ୍ସ ଫଳରେ ମୃତ ଗର୍ଭବତୀ ମହିଳାଙ୍କ ଶବକୁ ପ୍ରାୟ ୨ କିଲୋମିଟର ବୋହି ଆଣିଲେ ଗ୍ରାମବାସୀ
ଏଭଳି ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଥାନା ନିର୍ଦ୍ଦିକିଆ ଗାଁରେ । ଅସୁସ୍ଥତା ଯୋଗୁଁ ଗାଁ ଗାଁର ଗର୍ଭବତୀ ମହିଳା ମମତା ତା ମଲ୍ଲିକଙ୍କ ମୁତ୍ୟୁ ଘଟିଥ‌ିବା ବେଳେ ମୃତଦେହକୁ ପ୍ରାୟ ୨ କିମି କାନ୍ଧରେ ବୋହି ଗାଁକୁ ଆଣିଥିଲେ ଗ୍ରାମବାସୀ । ମିଳିଥିବା ସୂଚନା ପ୍ରକାରେ ଡମ୍ବଗୁଡ଼ା ପଞ୍ଚାୟତ ନିଲ୍ଟିକ୍ଲିଆ ଗ୍ରାମର ବଳରାମ ମଲ୍ଲିକଙ୍କ ପତ୍ନୀ ମମତ ମଲ୍ଲିକ ୬ ମାସର ଗର୍ଭବତୀ ଥିଲେ I ତେବେ ଗର୍ଭବତୀ, ମହିଳା ମମିତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଓ ଗ୍ରାମବାସୀ ପ୍ରଥମେ ଅଡବା ମେଡିକାଲ ନେଇଥିଲେ. ସେଠାରେ ଚିକିତ୍ସା କରାଯାଇଥିଲେ ମଧ୍ୟ ମମତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା. ଏହାପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ରବିବାର ଭୋର ସମୟରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମମତାର ମୃତ୍ୟୁ ଘଟିଥିଲା । ପରିବାର ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ଶବକୁ ବ୍ରହ୍ମପୁରରୁ ଗାଁକୁ ଆଣିଥିଲେ । ତେବେ ଗାଁକୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଗାଁ ଠାରୁ ପ୍ରାୟ ୨ ଜିଲୋମିଟର୍ ଦୂର ହରଗୁଦ ଗାଁ ନିକଟରେ ଶବ ଛାଡି ଦେଇଥିଲା । ତେଣୁ ବାଧ୍ୟ ହୋଇ ଗାଁ ଲୋକେ ଶବକୁ ୨କିଲୋମିଟର କାନ୍ଧରେ ବୋହି ନେଇଥିଲେ ମେଡିକାଲ ନେବାବେଳେ ମଧ୍ୟ ଦୋଳା କରି ପାଦ ଚଲାରେ କାନ୍ଧରେ ବୋହି ନେଇଥିଲେ ଗ୍ରାମବାସୀ. ଗାଁକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ପାଖରେ ଦାବି କରିଥିଲେ ମଧ୍ଯ କୌଣସି ସୁଫଳ ମିଳିନଥିବା କହିଛନ୍ତି ତେଣୁ ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଭୋଗୁଥିବା କହିଛନ୍ତି ଗ୍ରାମବାସୀ । ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି ରାସ୍ତା ନିର୍ମାଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି.

More Stories