Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନ ସରକାର ଗଲା ପରେ ଆନ୍ଧ୍ରରେ କାମରେ ଆସୁନି ଓଡ଼ିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଜରୁରୀ ଚିକିତ୍ସା ନ ପାଇ ରୋଗି ହନ୍ତସନ୍ତ

ପାରଳାଖେମୁଣ୍ଡି:୨୮/୧୦(ଗରୁଡ଼ ଧ୍ୱଜ ଚୌଧୁରୀ) ଓଡିଶାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ଼ ଆନ୍ଧ୍ରର ଘରୋଇ ଡାକ୍ତରଖାନାରେ କାମରେ ଆସିନଥିବା ଅଭିଯୋଗ ହୋଇଛି. ପୀଡିତଙ୍କ ପରିବାର ପକ୍ଷରୁ ଆନ୍ଧ୍ର ପ୍ରଦେଶରେ ଅର୍ଥାଭାବ ଯୋଗୁଁ ଗୁରୁତର ରୋଗୀଙ୍କୁ ଧରି ମେଡିକାଲରୁ ମେଡିକାଲକୁ ଘୁରି ବୁଲୁଛନ୍ତି ପରିବାର ବର୍ଗ । ଡାକ୍ତରଖାନା କର୍ତ୍ତୃପକ୍ଷ କହୁଛନ୍ତି ଟଙ୍କା ଜମା ଦେଲେ ଚିକିତ୍ସା ହେବ ନ ହେଲେ ଚିକିତ୍ସା ହେବ ନାହିଁ. ମାଗଣା ଚିକିତ୍ସା ଆଶାରେ ପଡୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଓ ବିଶାଖାପାଟଣା ସହରକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପୀଡ଼ିତ ପରିବାର । ଏହିପରି ଦେଖିବାକୁ ମିଳୁଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ମାଝି ସାହିର ଜଣେ ନିର୍ମାଣ ଶ୍ରମିକ ଦିବାକର ପାଇକ (୪୫) ଙ୍କ ପରିବାରରେ । ଶନିବାର କାଠ କଟା ମେସିନରେ କାଠ କାଟୁଥିବା ବେଳେ ଦିବାକରଙ୍କ ଡାହାଣ ହାତରେ କଟି ଗୁରୁତର ଆହତ ହୋଇଥିଲେ । ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ସ୍ଥିତ ଏକ ଡାକ୍ତରଖାନାକୁ ନିଆଯାଇଥିଲା. ସେଠାରେ ବିଜୁ ସ୍ବାସ୍ଥ୍ୟ କାର୍ଡ଼ କାର୍ଯ୍ୟ କରିବନି. ଚିକିତ୍ସା ପାଇଁ ଟଙ୍କା ଜମା ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା ଗରିବ ପରିବାରବର୍ଗ ନିରାଶ ହୋଇ ମାଗଣା ଚିକିତ୍ସା ହେବା ଆଶାରେ ରବିବାର ଦିନ ବିଶାଖାପାଟଣାସ୍ଥିତ ଅନ୍ୟ ଏକ ଘରୋଇ ମେଡିକାଲକୁ ନେଇଥିଲେ. ହେଲେ ଦିବାକରଙ୍କ ସର୍ଜରୀ ନିହାତି ଆବଶ୍ୟକ ଥିବାରୁ ସେଠାରେ ମଧ୍ୟ ସ୍ବାସ୍ଥ୍ୟକାର୍ଡ଼ରେ ମାଗଣା ଚିକିତ୍ସା ହୋଇପାରିବନି ବୋଲି କୁହାଯିବା ସହ ଏଥିପାଇଁ ଲକ୍ଷାଧିକ ଟଙ୍କା ଦରକାର ଥିବା ଡାକ୍ତର କହିଥିଲେ। । ଚିନ୍ତାରେ ପରିବାର ଲୋକେ ଉପାୟଶୂନ୍ୟ ହୋଇ ପରିବାର ପ୍ରଶାସନ ଓ ଗ୍ରାମବାସୀଙ୍କ ସହାୟତା ଲୋଡିଥିଲେ । ଗ୍ରାମବାସୀ କିଛି ଟଙ୍କା ସାହାର୍ଯ୍ୟ କରିଥିବାବେଳେ ଆଉ କିଛି ଟଙ୍କା ଧାର କରି ସଂଗ୍ରହ କରିବା ପରେ ସମ୍ପକ୍ତ ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସା ଆନ୍ଧ୍ର ପ୍ରଦେଶ ମେଡିକାଲରେ ହୋଇଥିଲା. ଏଠାରେ ଉଲ୍ଲେଖଯୋଗ୍ୟଯେ ଗରିବ ଲୋକଙ୍କ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଗତ ନବୀନ ସରକାର ଦେଇଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ କାହିଁକି କାମ କରୁନାହିଁ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୁବାରକ ଅଲ୍ଲୀଙ୍କୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ପଚାରିବାରେ ସେ କହିଛନ୍ତି ଯେ କାର୍ଡ଼ ବନ୍ଦ ହୋଇନାହିଁ । ଆନ୍ଧ୍ରରେ କାହିଁକି କାର୍ଡକୁ ବ୍ୟବହାର କରି ରୋଗୀଙ୍କୁ ସାହାର୍ଯ୍ୟ ଦିଆଗଲାନାହିଁ ସେ ନେଇ ଏହାର ତଦନ୍ତ କରାଯିବ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l