Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ବିଦ୍ୟୁତ୍ ବିଭାଗର ଅପାରଗତା ୬ ଘଣ୍ଟା ବିଦ୍ୟୁତ କାଟ କରାଯିବ ବୋଲି ସୂଚନା ଦେଇ ୧୪ ଘଣ୍ଟା କଟଗଲା : ସାଧାରଣ ଅତିଷ୍ଠ

ପାରଳାଖେମୁଣ୍ଡି:୨୮/୧୦(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଗତକାଲି ଦିନ 1 ଘଣ୍ଟା ଠାରୁ ମଧ୍ୟ ରାତ୍ର ୧ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ଯୋଗାଯୋଗ ସମ୍ପୂର୍ଣ ବନ୍ଦ କରାଯାଇଥିଲା.ମଧ୍ୟ ରାତ୍ର ୧ ଘଣ୍ଟା ପରେ ବିଜୁଳି ଚାର୍ଜ କରାଯାଇଥିଲା. ହେଲେ ବାରମ୍ବାର ବାରମ୍ବାର ରାତ୍ର ୩ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ଯୋଗା ଯୋଗକୁ ଛିନ୍ନ କରାଯାଉଥିଲା. ବିଜୁଳି ବିଭାଗ ତରଫରୁ ମାତ୍ର ୬ ଘଣ୍ଟା ବିଜୁଳି ଯୋଗାଯୋଗ ବନ୍ଦ ରହିବ ବୋଲି ସୂଚନା ଦିଆଯାଇ ଦିନ ୧ ଘଣ୍ଟା ସମୟରେ ବିଜୁଳି କାଟି ଦିଆ ଯାଇଥିଲା. ବିଭାଗୀୟ ସୂଚନା ଅନୁଯାୟୀ ୬ ଘଣ୍ଟା ବଦଳରେ ଏପରି ୧୪ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ଯୋଗାଯୋଗ ଛିନ୍ନ କରିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ରାତ୍ରି ସମୟରେ ଘର ମାନଙ୍କରେ କରେଣ୍ଟ ନଥୁବାରୁ ଗ୍ରାହକମାନେ ନାହଁ ନଥୁବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି I ହସ୍ପିଟାଲରେ ରୋଗୀ ମାନେ ହଇରାଣ ହେଉଛନ୍ତି I କରେଣ୍ଟ ନଥୁବାରୁ ଆଜି ସୋମବାର ଜନସ୍ୱାସ୍ଥ୍ୟ ବିଭାଗ ପାଣି ଦେବାରେ ମଧ୍ୟ ଅସୁବିଧା ହେବାକୁ ପଡିଛି. ଟାଟା ପାୱାର ସପ୍ଲାଇ ବିଫଳତା ଯୋଗୁଁ ଗ୍ରାହକ ଅସ୍ତବ୍ୟସ୍ତ ହୋଇଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories