Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା ବ୍ଲକର ସୁକେଇ ଗ୍ରାମରେ ଘର ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ :- ଚିନ୍ତାରେ ରବର ଚାଷୀ ରୀୟବିୟମା

ପାରଳାଖେମୁଣ୍ଡି:୧/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଉଖୁରା ଗ୍ରାମ ପଞ୍ଚାୟତ ସୁକେଇ ଗ୍ରାମର ଲାଙ୍ଗସୁନା ବଡ ରଇତ ଙ୍କ ପୁଅ ରିହବିୟମା ବଡ ରଇତଙ୍କ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି ଯାଇଥିବା ଖବର ପାଇ ଦମକଳ ବାହିନୀ ଓ ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇଥିଲେ ରୀୟବିୟମ। ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ କାନ୍ଥ, ଘରର ଆସବାବ ପତ୍ର ଓ ବିଭିନ୍ନ ଜିନିଷ ପୋଡ଼ି ନଷ୍ଟ ହେବା ଦେଖିବାକୁ ମିଳିଛି।1କ୍ଵିଣ୍ଟାଲ ଚାଉଳ, 5 କ୍ଵିଣ୍ଟାଲ ରବର ଓ 40କ୍ଵିଣ୍ଟାଲ ଧାନ ନଷ୍ଟ ହୋଇଥିବା ରୀୟବିୟାମ ଜଣାଇଛନ୍ତି। ରାତ୍ରି ଅନିଦ୍ରା ରହି ରବର୍ ଚାଷ କରୁଥିବା ରୀୟବିୟମ ନଭେମ୍ବର ମାସରେ ପ୍ରତି ବର୍ଷ ରବର ବିକ୍ରି କରିଥାନ୍ତି। ଆଗକୁ ରବର ବିକ୍ରି କରିବାକୁ ଥିବା ବେଳେ ହଠାତ୍ ଏତେ ପରିମାଣର ରବର ନଷ୍ଟ ହେବା ରୀୟବିୟମ୍ ଙ୍କ ଆର୍ଥିକ ପରିସ୍ଥିତି କୁ ଦୋହଲାଇ ଦେଇଛି। ଏଥିପ୍ରତି ରବର ବୋର୍ଡ ଓ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଗ୍ରାମବାସୀ କହିଛନ୍ତି।ଗୁମ୍ମା ରାଜସ୍ବ ନୀରିକ୍ଷକ ଓ ରାଜସ୍ବ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ତହସିଲଦାର ଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ରୀୟବିୟାମ ଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ପ୍ରଶାସନ କୁ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ