Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ପ୍ରାୟ ୩ ମାସ ହେବ ଏମସରେ ଚିକିତ୍ସାଧୀନ ଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । 

୨୦୦୮ ମସିହା ଉପନିର୍ବାଚନରେ କଂଗ୍ରେସ ଟିକଟରୁ ବିଜୟୀ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର । ସେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅନନ୍ତରାମ ମାଝିଙ୍କ ପୁଅ ଓ ରାୟଗଡ଼ା ବିଧାନସଭାର ବିଜେଡ଼ି ପ୍ରାର୍ଥୀ ଅନୁସୟା ମାଝୀଙ୍କ ଭାଇ । ପୂର୍ଣ୍ଣଚନ୍ଦ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ