Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଗଜପତି ଜିଲ୍ଲା ଗ୍ରସ୍ତବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ସମୀକ୍ଷା କଲେ

ପାରଳାଖେମୁଣ୍ଡି:୭/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଗଜପତି ଜିଲ୍ଲା ଗ୍ରସ୍ତ କରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ଗୁଡ଼ିକର ବୁଲି ଦେଖିବା ସହିତ ବିକାଶ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି।ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ପ୍ରମୁଖ ଶାସନ ସଚିବ ସମୀକ୍ଷା କରିଛନ୍ତି ଯଥା ଶିକ୍ଷା, ସ୍ବାସ୍ଥ୍ୟ,ରାସ୍ତା, ଶିଶୁ ବିକଶ ଯୋଜନା ,ସୁଭଦ୍ରା ଯୋଜନା,ପାନୀୟ ଜଳ, ସ୍ବଚ୍ଛ ଭାରତ ମିଶନ୍,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବିଦ୍ୟୁତ୍ କରଣ,ନଦୀ ବନ୍ଧ ଯୋଜନା ସମେତ ସମସ୍ତ ଲାଇନ୍ ବିଭାଗର ଯୋଜନା ଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି। ସେହିପରି ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଭଲରେ ଶିକ୍ଷା ଦାନ ପ୍ରଦାନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ।ଏହି ଅବସରରେ ଆଜି ପ୍ରଥମେ ମୋହନା ବ୍ଲକର ଲୁହାଗୁଡ଼ି ଗ୍ରାମପଞ୍ଚାୟତ ସ୍ଥିତ ଆଦିବାସୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲେଚନା କରିଥିଲେ।ସେହିପରି ଉକ୍ତ ବ୍ଲକ୍ ର କାର୍ଯ୍ୟକାରୀ ହେଉଥିବା ବିକାଶ ମୂଳକ ଯୋଜନା ତଥା ଦକ୍ଷତା ବିକାଶ କେନ୍ଦ୍ର ,ବିୟୁଟି ପାର୍ଲର, ସିଲେଇ କେନ୍ଦ୍ର, ଖୁଚାର ଦୋକାନ ଓ ସୁଭଦ୍ରା ଯୋଜନାର ହିତାଧିକାରୀ ଓ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ। ଚାନ୍ଦିପୁଟ ଗ୍ରାମପଞ୍ଚାୟତ ପରିଦର୍ଶନ କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପିଏମ ଜନମନ ଗୃହ ଓ ମଡେଲ ଅଙ୍ଗୱାଡ଼ି କେନ୍ଦ୍ର ପରିଦର୍ଶନ କରି ଆଲୋଚନା କରିଥିଲେ।ସେହିପରି ଆର.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ଡୁମ୍ବା ସ୍ଥିତ ଗ୍ରାମୀଣ ପାର୍କ ଓ ମିଶନ ଶକ୍ତି କାଫେ ଏଵଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସେହିପରି ରାୟଗଡ ବ୍ଲକ ଅନ୍ତର୍ଗତ ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମ ସ୍କୁଲ ଓ ଉକ୍ତ ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହିତ କଥା ହୋଇଥିଲେ। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଆକାଂକ୍ଷା ବ୍ଲକ୍ ତଥା ଆର.ଉଦୟଗିରି ଓ ଗୁମ୍ମା ବ୍ଲକର କାର୍ଯ୍ୟକାରୀ ହେଉଥିବା ବିକାଶ ମୂଳକ ଯୋଜନା ଉପରେ ମଧ୍ୟ ସମୀକ୍ଷା କରିଛନ୍ତି।ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼. ଗୁଣନିଧି ନାୟକ, ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ଅଲ୍ଲୀ,ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

More Stories