Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୦/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ତଥା ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ପ୍ରଦର୍ଶନୀ ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟ ମେଳାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଜି.ତିରୁପତି ରାଓ,ଅଧ୍ୟକ୍ଷ ,ଜିଲ୍ଲା ପରିଷଦ ଗଜପତି ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା,
ପୌରପରିଷଦ ପାରଳାଖେମୁଣ୍ଡି, ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ, ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଗଜପତି, ଶ୍ରୀଯୁକ୍ତ ଏ.ରାମ ପ୍ରସାଦ ପାତ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଗଜପତି,ଡ଼.ସଂଜୀବ ମାଣ୍ଡି, କେବିକେ, କୃଷି ବିଜ୍ଞାନ କେନ୍ଦ୍ର, ଆର୍.ଉଦୟଗିରି, ଶ୍ରୀ ସୁରେଶ କୁମାର ପଟ୍ଟନାୟକ ପ୍ରକଳ୍ପ ନିର୍ଦ୍ଧେଶକ,ଜଳ ବିଭାଜିକା ଓ ମୂର୍ତ୍ତିକା ସଂରକ୍ଷଣ ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ପାତ୍ର, ସ୍ୱାଗତ ଭାଷଣ ପ୍ରଦାନ କରି ମାଣ୍ଡିଆ ଚାଷର ପୃଷ୍ଠଭୂମି, ପ୍ରୋଟିନ୍, ଡାଏଟାରୀ ଫାଇବର, ପୁଷ୍ଟିସାର ଅନେକ ଭିଟାମିନର ରହିଅଛି ବୋଲି ଅଭିଭାଷଣ ରଖିଥିଲେ।
ସେହିପରି ଜିଲ୍ଲାପାଳଙ୍କ ଅଭିଭାଷଣରେ ଗଜପତି ଜିଲ୍ଲାରେ ମାଣ୍ଡିଆ ଚାଷ ଏକ ଅର୍ଥକାରୀ ଫସଲ ଓ ଜିଲାର ସମସ୍ତ ବ୍ଲକରେ ମାଣ୍ଡିଆ ଚାଷ ଉନ୍ନତ ମାନର ଚାଷ କରିବା ପାଇଁ ଚାଷୀ ଭାଇ ଭଉଣୀମାନଙ୍କୁ ଅନୁରୋଧ, ମାଣ୍ଡିଆ ଚାଷ କରି ଜୀବିକା ଉପାର୍ଜନ କରିବା ସହିତ ଭଲ ଲାଭବାନ ହୋଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ ସୂଚନା ଦେଇଥିଲେ। ଏହା ସହିତ ମଣ୍ଡିଆରୁ ପ୍ରୋଟିନ୍,ଡାଏଟାରୀ ଫାଇବର ଏଵଂ ଆନେକ ପୁଷ୍ଟିକର ଗୁଣରେ ଭରପୁର ଅଟେ। ମାଣ୍ଡିଆ ଅନେକ ଭିଟାମିନର ଏକ ସମୃଦ୍ଧ ଉତ୍ସ ରହିଅଛି । ଏହା ଗ୍ଲୁଟେନ ମୁକ୍ତ, ରକ୍ତଶର୍କରା ଏଵଂ କୋଲେଷ୍ଟର ସ୍ତରକୁ ହ୍ରାସ କରେ ଏହି ପୁଷ୍ଠି କର ଖାଦ୍ୟ ଶିଶୁର ଶାରୀରିକ, ମାନସିକ ବିକାଶ ଓ ଅଭିବୃଦ୍ଧି ପାଇଁ ଗୁରୁତ୍ଵ ପୂର୍ଣ୍ଣ ଅଟେ। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ତରଫରୁ ସମସ୍ତଙ୍କୁ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଗ୍ରାମପଞ୍ଚାୟତ ସ୍ତରରେ ପ୍ରଚାର ପ୍ରସାର କରି ମାଣ୍ଡିଆ ଚାଷ କରିବା ପାଇଁ ଆହ୍ବାନ କରିଥିଲେ l ଜିଲ୍ଲା କୃଷି ବିଭାଗ ଦ୍ଵାରା ୧୦ ଗୋଟି ଷ୍ଟୋଲ କଲି ଚାଷୀମାନେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ତିଆରି ହୋଇଥିବା ଜିନିଷ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାର ଉତ୍କୃଷ୍ଟ ଶ୍ରୀ ଅନ୍ନ ଫସଲ ଚାଷୀ ଭାବରେ ୧୦ ଜଣଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଅମୂଲ୍ୟ କୁମାର ପାଣିଗ୍ରାହୀ,ପରିଚାଳନା କରିଥିବା ବେଳେ ଅତିରିକ୍ତ କୃଷି ଅଧିକାରୀ ତଥା ମିଲଟ୍ ମିଶନ ଅଧିକାରୀ ସଙ୍ଘମିତ୍ରା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଲକ୍ଷ୍ମୀ ନାରାୟଣ ଶବର, ଅଧ୍ୟକ୍ଷ,ପଞ୍ଚାୟତ ସମିତି ଆର.ଉଦୟଗିରି,ଶ୍ରୀମତୀ ସୁନେମୀ ମଣ୍ଡଳ,ଅଧ୍ୟକ୍ଷା,ପଞ୍ଚାୟତ ସମିତି ଗୁମ୍ମା, ଶ୍ରୀମତୀ ବାଲା ସାୟାମା, ଅଧ୍ୟକ୍ଷା,ପଞ୍ଚାୟତ ସମିତି କାଶୀନଗର, ଶ୍ରୀ ଏସ୍.ବାଲା ରାଜୁ, ଜିଲ୍ଲାପରିଷଦ ସଭ୍ୟ ଗୋଷାଣୀ , ଅତିରିକ୍ତ କୃଷି ଅଧିକାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ, କେ.ସୁରଜ କୁମାର ପାତ୍ର, ସତ୍ୟବାନ୍ ସ୍ଵରେନ୍ ଏସିଦ୍ ହାଁସଦା ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ଜିଲ୍ଲା କୃଷି ବିଭାଗର ସମସ୍ତ କର୍ମଚାରୀ ଓ ଜିଲ୍ଲାର ସାତଗୋଟି ବ୍ଲକ ବହୁ ସଂଖ୍ୟାରେ ମାଣ୍ଡିଆ ଚାଷୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l