Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ଠାରେ ଏନଡିଆରଏଫ ସମସ୍ୟାର ମୁକାବିଲା ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୦/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ପ୍ରାକୃତିକ ବିପତ୍ତି ହେଉ କି ଅପ୍ରାକୃତିକ ବିପତ୍ତି ହେଉ , ଯେ କୌଣସି ବିପତ୍ତି କାଳୀନ ସମୟରେ ସମସ୍ୟାର ମୁକାବିଲା ପାଇଁ ଛାତ୍ରୀ ମାନେ କିଭଳି କୌଶଳ ତଥା ଉପାୟ ପ୍ରକାରେ କରିବାକୁ ହେବ ଏବଂ ସେଥିରେ ନିଜକୁ ଓ ନିଜ ପରିବାରକୁ କିଭଳି ସୁରକ୍ଷିତ ରଖିବାରେ ସହାୟକ ହେବେ , ସେ ସମ୍ପର୍କରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କଟକର ମୁଣ୍ଡଳୀ ଠାରେ ଥିବା ଏନଡିଆରଏଫ: ର ୩ୟ ବାଟାଲିୟନ ପକ୍ଷରୁ ଏକ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ଜରୁରୀ କାଳୀନ ବିଭାଗ ଆନୁକୁଲ୍ୟରେ ଏକ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏନଡିଆରଏଫ: ଟିମ କମାଣ୍ଡର ସବ-ଇନ୍ସପେକ୍ଟର ଶ୍ରୀ ବିବେକ କୁମାର ପାଣ୍ଡେଙ୍କ ନେତୃତ୍ୱରେ ୪ ଜଣ ଏକ୍ସପାର୍ଟ ଆସି ଛାତ୍ରୀ ଓ ଅଧ୍ୟାପିକା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଯେ କୌଣସି ବିପତ୍ତି କାଳୀନ ସମସ୍ୟାର ମୁକାବିଲା କିଭଳି କରାଯାଇ ପାରିବ , ସେ ସମ୍ପର୍କରେ ଉପାଦେୟ ମୂଳକ ଉପାୟ ଉପରେ ସଚେତନ କରାଇବା ସହ ଉପାୟ ପ୍ରଦର୍ଶନ କରିଥିଲେ ।ଏହି ଅବସରରେ ଅନୁଷ୍ଠିତ ସଚେତନ କର୍ମଶାଳା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।ଜିଲ୍ଲା ଜରୁରୀ କାଳୀନ ବିଭାଗର ଶ୍ରୀମତୀ ଅଜିତା ପାତ୍ରଙ୍କ ଉପସ୍ଥିତିରେଏହି କାର୍ଯ୍ୟକ୍ରମରେ ଏନଡିଆରଏଫ: ଟିମ୍ କମାଣ୍ଡର ସବଇନ୍ସପେକ୍ଟର ଶ୍ରୀ ବିବେକ କୁମାର ପାଣ୍ଡେ ଯୋଗ ଦେଇ ଛାତ୍ରୀ ମାନଙ୍କ ନିମନ୍ତେ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଓ ଗୁରୁତ୍ୱର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ଓ ଅପ୍ରାକୃତିକ ବିପର୍ଯ୍ୟୟ କଣ , ବିପତ୍ତି ସମୟରେ କିଭଳି ସତର୍କତା ରହିବେ , ନିଜକୁ ଓ ନିଜ ପରିବାରକୁ କିଭଳି ସୁରକ୍ଷିତ ରଖିବେ , ବନ୍ୟା , ବାତ୍ୟା , ଭୂମିକମ୍ପ , ଭୁ ସ୍ଖଳନ , ବଜ୍ରପାତ ବେଳେ କିଭଳି ସୁରକ୍ଷିତ ରହିବାକୁ ହେବ , କେଉଁ ଉପାୟ ଅବଲମ୍ବନ କଲେ ନିଜର ଓ ନିଜ ପରିବାର ସମେତ ସାଙ୍ଗସାଥୀ ଓ ଅନ୍ୟାନ୍ୟ ବିପର୍ଯ୍ୟସ୍ତ ଥିବା ସମୟରେ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବେ , ସେସବୁ ଉପରେ ଟିମ୍ କମାଣ୍ଡର ବୁଝାଇ ଥିବା ବେଳେ ଏନଡିଆରଏଫ: ଦଳର କନେଷ୍ଟବଳ ମାନେ ବିଭିନ୍ନ ବିପତ୍ତି ସମୟରେ କେଉଁ ଉପାୟ ଓ କୌଶଳ କିଭଳି ଭାବେ ଅବଲମ୍ବନ କରିବାକୁ ହେବ ତାହା ଡେମୋ ପ୍ରଦର୍ଶନ କରି ଦେଖାଇ ଥିଲେ ।ଏଥି ସମେତ ପ୍ରାଥମିକ ଚିକିତ୍ସା , ଗ୍ୟାସ ସିଲିଣ୍ଡର ଜନିତ ଏବଂ ଅନ୍ୟାନ୍ୟ ଆକସ୍ମିକ ଦୁର୍ଘଟଣାର ମୁକାବିଲା ପାଇଁ ପ୍ରତିକାର ବ୍ୟବସ୍ଥାର ଉପାୟ କିଭଳି କରାଯିବ , ତାହା ମଧ୍ୟ ବୁଝାଇ ଡେମୋ ପ୍ରଦର୍ଶନ କରି ଦେଖାଇଥିଲେ ।ଏହି ଡେମୋ ପ୍ରଦର୍ଶନ ବେଳେ ଛାତ୍ରୀ ମାନେ ମଧ୍ୟ ଆଗ୍ରହ ଓ ସକ୍ରୀୟତାର ସହ ଅଂଶଗ୍ରହଣ କରିଥିଲେ ଏନଡିଆରଏଫ: ଦଳ ସହିତ ।

More Stories