Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରେ ଖରିଫ ଧାନ ସଂଗ୍ରହକୁ ନେଇ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ଗଜପତି ଜିଲ୍ଲାରେ ଖରିଫ ଧାନ ସଂଗ୍ରହକୁ ନେଇ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୪/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ଡିସେମ୍ବର ମାସ ୩୦ ତାରିଖରୁ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକର ମଣ୍ଡି ରୁ ଧାନ କ୍ରୟ ନିମନ୍ତେ ବିଭିନ୍ନ ବିଷୟ ଉପରେ ବିଶେଷ ଆଲୋଚନା ହୋଇଥିଲା । ବୈଠକରେ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ, ମାନ୍ୟବର ସାଂସଦ ବ୍ରହ୍ମପୁର,ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ,ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ,ଶ୍ରୀଯୁକ୍ତ ଜି.ତିରୁପତି ରାଓ,ଅଧ୍ୟକ୍ଷ ,ଜିଲ୍ଲାପରିଷଦ ଗଜପତି,ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଗଜପତି,ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ,ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଅନୁପ ପଣ୍ଡା ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ ।ବୈଠକରେ ପ୍ରଥମେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ସମସ୍ତଙ୍କୁ ସ୍ଵାଗତ କରି କାର୍ଯ୍ୟସୂଚୀ ଅନୁଯାୟୀ ସଭା କାର୍ଯ୍ୟକୁ ଆଗେଇଥିଲେ । ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ନେବାକୁ ମତ ଦେଇଥିଲେ । କୌଣସି ଚାଷୀ ଯଦି ଆପତ୍ତି ଅଭିଯୋଗ ରହିଥିଲେ ୧୯୬୭ ନମ୍ୱର କୁ ଯୋଗାଯୋଗ କରି ସଂପୂର୍ଣ୍ଣ ସହାୟତା ପାଇପାରିବେ ବୋଲି କହିଥିଲେ। ଚଳିତ ବର୍ଷ ସମସ୍ତ ମୋଣ୍ଡି ରେ ଜଣେ ଜଣେ ନୋଡାଲ ଅଫିସର ଓ ଜଣେ ସୁପରଭାଇଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି।ଆଜିର ଏହି ବୈଠକରେ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହ କରିବାକୁ ସର୍ବସମ୍ମତି କ୍ରମେ ଆଲୋଚନା କରଯାଇଥିଲା। ସୁଚନା ଅନୁଯାୟୀ କାଶୀନଗର, ଗୋଷାଣୀ
ରାୟଗଡ଼ ଓ ଗୁମ୍ମା ବ୍ଲକରେ ଡିସେମ୍ବର ୩୦ ତାରିଖ ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ପିଛା ଟ.୩୧୦୦/- ମୂଲ୍ୟ ପ୍ରତି କିଣିବାକୁ ଧାର୍ଯ୍ୟ ରଖାଯାଇଛି ସେହିପରି ଜିଲ୍ଲାର ସମସ୍ତ ଚାଷୀମାନଙ୍କୁ ପ୍ରତି ଗ୍ରାମରେ ପ୍ରଚାର ପ୍ରସାର କରି ସଚେତନତା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୧୫୪୯୧ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଖରିଫ ଧାନ ପ୍ରକ୍ରିୟାକରଣ ପାଇଁ ୨୦୨୪-୨୫ ରେ ଜିଲ୍ଲାରେ ୪୫ ଗୋଟି ଧାନ ସଂଗ୍ରହ କେନ୍ଦ୍ର ଖୋଳାଯିବ, ସେଥିମଧ୍ୟରୁ ଗୋଷାଣୀ ବ୍ଲକରେ ୨୫, ଗୁମ୍ମା ବ୍ଲକରେ ୩,କାଶୀନଗର ବ୍ଲକରେ ୧୬ ଓ ରାୟଗଡ଼ା ୧ ଧାନ ସଂଗ୍ରହ କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ।
ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ଚାଷୀ ପ୍ରତିନିଧି, ମିଲର ସଭାପତି,ବିଭିନ୍ନ ବ୍ଲକରୁ ଚାଷୀ ପ୍ରତିନିଧି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ