Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ରୁପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ରୁପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି:୧୪/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କାଶୀନଗର , ଗୋଷାଣି ଓ ଗୁମ୍ମା ବ୍ଲକ ଓ ପାରଳାଖେମୁଣ୍ଡି ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ର ସର୍ବାଙ୍ଗୀନ ବିକାଶ ନିମନ୍ତେ ଆଜି ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ,ମାନ୍ୟବର ବିଧାୟକ ପାରଳାଖେମୁଣ୍ଡିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପାରଳା ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ସଭାପତି ଜିଲ୍ଲାପରିଷଦ ଗଜପତି, ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଶ୍ରୀଯୁକ୍ତ ଏସ.ଅନନ୍ଧ, ଜିଲ୍ଲା ବନଖଣ୍ଡ ଅଧିକାରୀ,ଡ଼.ଗୁଣନିଧି ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଓ ଶ୍ରୀ ଅଂଶୁମାନ ମହାପାତ୍ର, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ। ଏହି ବୈଠକରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରକୃଷୀ,ଉଦ୍ୟାନ,ସ୍ଵାସ୍ଥ୍ୟ, ଶିକ୍ଷା, ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା,ସାମାଜିକ ସୁରକ୍ଷା ,ସମାଜ ମଙ୍ଗଳ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଜିଲ୍ଲା ଶିଳ୍ପ କେନ୍ଦ୍ର, ପଞ୍ଚାୟତ ରାଜ ବିଭାଗ, ରାସ୍ତା ଓ କୋଠାବାଡ଼ି, ପାନୀୟ ଜଳ, ଜଙ୍ଗଳ ବିଭାଗ, କ୍ଷୁଦ୍ର ଜଳସେଚନ, ଜଳ ବିଭାଜିକା,ବିଦ୍ୟୁତ୍ ବିଭାଗ ବୋଲି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଛି । ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପଡ଼ି ରହିଥିବା କାର୍ଯ୍ୟକୁ ତୁରନ୍ତ ସମାଧାନ କରିବା ଓ ଚାଲୁଥିବା କାର୍ଯ୍ୟକୁ ତୁରନ୍ତ ସମାପ୍ତ କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଯେଉଁ ବିଭାଗର କାର୍ଯ୍ୟ ଦୀର୍ଘ ଦିନ ଧରି ପଡ଼ି ରହିଥିବା କାର୍ଯ୍ୟକୁ ତୁରନ୍ତ କରିବାପାଇଁଅଧ୍ୟ କହିଥିଲେ। ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କିପରି ବିକାଶ ହୋଇପାରିବ ସେ ସଂପର୍କରେ ସମସ୍ତ ବିଭାଗର ଅଧିକାରୀଙ୍କୁ ମାନ୍ୟବର ବିଧାୟକ କହିଥିଲେ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିଜ ନିଜ ବିଭାଗର ବିଭିନ୍ନ ପ୍ରକଳ୍ପ ବିଷୟରେ ଅବଗତ କରାଇବା ସହିତ ବିଭାଗରେ ଅଟକି ରହୁଥିବା ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ସମୀକ୍ଷା କରିବା ଓ ସଂପୃକ୍ତ ବିଭାଗ ସହ ଯୋଗାଯୋଗ କରି ଉକ୍ତ ବିଭାଗର କାର୍ଯ୍ୟର ତୁରନ୍ତ କରିବା ପାଇଁ କହିଥିଲେ ।ଏହି ବୈଠକରେ ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀ ସୁନେମୀ ମଣ୍ଡଳ,କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାଳା ସାୟାମା , ଗୋଷାଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଏନ୍.ବୀରା ରାଜୁ , ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି, କାଶୀନଗର , ଶ୍ରୀ ମହେଶ୍ବର ସାହୁ,ଉପ ନିର୍ଦ୍ଦେଶକ, ଜିଲ୍ଲା ଯୋଜନା ଗଜପତି,ଗୁମ୍ମା ଓ ଗୋଷାଣି ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ପ୍ରମୁଖ ଉପସ୍ଥିତ ଥିଲେ।

More Stories