Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ
ପାରଳାଖେମୁଣ୍ଡି:୧୬/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୪ ପାଳିତ ହୋଇ ଯାଇଛି। ଗଜପତି ଜିଲ୍ଲା ର ସମସ୍ତ ଖବର କାଗଜ, ଡିଜିଟାଲ ମିଡ଼ିଆର ଜିଲ୍ଲା ପ୍ରତିନିଧି ମାନଙ୍କୁ ନେଇ ଏଇ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୪ ପାଳିତ ହୋଇ ଯାଇଛି। ପ୍ରଥମେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ବାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥଲେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମ କୁ ଚତୁର୍ଥ ସ୍ତମ୍ଭ ବୋଲି କହିବା ସହିତ ସାମ୍ବାଦିକ ମାନଙ୍କ କର୍ତ୍ତବ୍ୟ ଓ ସମାଜ ପାଇଁ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡଃ ଗୁଣନିଧି ନାୟକ, ଅତିରିକ୍ତ ଏସ.ପି ସୁନିଲ ମହାନ୍ତି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଗରୁଡ ଧ୍ଵଜ ଚୌଧୁରୀ , ବସନ୍ତ ପଣ୍ଡା, ପ୍ରମୁଖ ମଞ୍ଚାସିନ ଥିଲେ ଜାତୀୟ ପ୍ରେସ ଦିବସ ରେ ଉଦବୋଧନ ଦେଇ ଆଜିକାଲିର ଡିଜିଟାଲ ଦୁନିଆରେ ସାମ୍ବାଦିକତା କରିବା ସହଜ ହୋଇପଡିଛି ପୂର୍ବରୁ ଯେଉଁମାନେ ସାମ୍ବାଦିକ କାର୍ଯ୍ୟ କରି ଆସୁଥିଲେ ସେମାନେ ବାହୁକଷ୍ଟ ସ୍ବୀକାର କରି ଏହାକୁ ସମାଜ ସେବା ଭାବେ ଗ୍ରହଣ କରି କାର୍ଯ୍ୟ କରୁଥିଲେ l ବର୍ତ୍ତମାନ ସାମ୍ବାଦିକ କରିବାକୁ ହେଲେ ବିଜ୍ଞାପନ ଠାରୁ ଆରମ୍ଭ କରି ଖବର କାଗଜ ବିକିବା କାର୍ଯ୍ୟ ମଧ୍ୟ କରିବାକୁ ପଡୁଛି l ଆଜିର ଏହି ପରିସ୍ଥିତିରେ ଜଣେ ସାଧାରଣ ଯୁବକ ସାମ୍ବାଦିକତା କାର୍ଯ୍ୟ କରିବା କଷ୍ଟ ହୋଇ ପଡୁଛି ବୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଗଣେଶ ରାଜୁ, ରଶିରଞ୍ଜନ ମିଶ୍ର ବିବେକାନନ୍ଦ ବେହେରା, ବାସୁଦେବ ଦାସ, ଗୋବିନ୍ଦ ଆଚାର୍ଯ୍ୟ, ରୁପେଶ୍ ସାହୁ, ଦିଲୀପ ଶତପଥୀ, ବାଦଲ ବର୍ଦ୍ଧନ, ସୋରଜ ବିର, ଅମିତ ପଟ୍ଟନାୟକ ବିଜୟ ଗୌଡ଼ କୃଷ୍ଣ ବେହେରା, ଶିଶିର ଗୋଡ଼, ମୁନା ପରିଛା ପି. ଅନିଲ, ଶ୍ରୀକାନ୍ତ ମହାରଣା , ବାବୁ, ଶିବାଜୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ପରିଶେଷରେ ସାମ୍ବାଦିକ ପ୍ରଦୀପ ନାୟକ ଧନ୍ୟବାଦ୍ ଅର୍ପଣ କରିଥଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l