Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ବିପୁଳ ପରିମାଣରେ ୩୮୭ କେଜି ଗଞ୍ଜେଇ ଚାଲାଣ ବେଳେ ଜବତ, ୨ ଗିରଫ

ପାରଳାଖେମୁଣ୍ଡି:୧୯/୧୧(ଗରୁଡ଼ ଧ୍ୱଜ ଚୌଧୁରୀ):ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ ଏହାକୁ ଜବତ କରିବା ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି. ଏଥିରେ ୩୮୭ କିଲୋଗ୍ରାମ ଗଞ୍ଜେଇ ରହିଥିବା ସୂଚନା ମିଳିଛି. ଗିରଫ ହୋଇଥିବା ଅଭିଯୁକ୍ତ ଦ୍ବୟ ରା.ଉଦୟଗିରି ବ୍ଳକ ଟିକାମାଳ ଗ୍ରାମର ମାନୁଏଲ୍‌ ଆନନ୍ଦ (୨୫) ଅସ୍ଥାନ ଆନନ୍ଦ (୨୨) ବୋଲି ଗଜପତି ଜିଲା ପୁଲିସ୍ ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜ୍ୟୋତିନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି। ଏହି ଘଟଣାର ଅନ୍ୟ ୩ଅଭିଯୁକ୍ତ ଘଟଣ ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ସେହି 3 ଜଣଙ୍କୁ ଗିରଫ କରିବାକୁ ପୁଲିସ୍ ପ୍ରୟାସ ଜାରି ରଖିଛି। ସୂଚନା ଅନୁସାରେ, ଶନିବାର ଏକ ବୋଲେରୋ (ଓଡ଼ି୦୭ ସି୭୬୮୮) ଓ ଦୁଇ ବାଇକ(ଓଡ଼ି୨୦୧୮୯୫ ଏବଂ ଓଡ଼ି୦୭ଏଏଫ-୭୫୬୯) ଯୋଗେ ୫ଜଣ ଯୁବକ ଟିକାମାଳ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ କରି ଆସୁଥିବା ବେଳେ ପୁଲିସ୍ ଆଗୁଆ ସୂଚନା ପାଇ ରା.ଉଦୟଗିରି ଥାନା କଙ୍କଡାଗୁଡା ନିକଟରେ ଛକି ରହିଥିଲା | ବୋଲେରୋ ପହଞ୍ଚିବା କ୍ଷଣି ପୁଲିସ ଅଟକାଇ ଥିବା ବେଳେ ଦୁଇ ବାଇକ୍‌ରେ ଆସୁଥିବା ୩ ଯୁବକ ଘଟଣାସ୍ଥଳରୁ ଖସିଯିବାକୁ ସକ୍ଷମ ହୋଇଥିଲେ । ବୋଲେରୋରେ ଥିବା ଅନ୍ୟ ଦୁଇଜଣ ଯୁବକଙ୍କୁ ପୁଲିସ୍ ଗିରଫ 0କରିବାରେ ସଫଳ ହୋଇଥିବା ବେଳେ ୧୧ଟି ବସ୍ତାରେ ୩୮୭ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ଲକ୍ଷରୁ ଅଧିକ ହେବ ବୋଲି ପୁଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ