Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିର ପଡ଼ିଆରେ ଅନୁଷ୍ଠିତ ମିରାକଲ ନାଇଟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଓଡ଼ିଆ ତାରକା ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ । ଫିଲ୍ମ ‘ପରବ’ର ଜୋରଦାର କଲେ ପ୍ରମୋସନ ।

ପାରଳାଖେମୁଣ୍ଡି:୧୯/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିର ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ଗୁଣ୍ଡିଚା ପଡିଆ ଠାରେ ‘ମିରାକଲ ନାଇଟ’ ପଞ୍ଚମ ସଂସ୍କରଣ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ନିର୍ଦ୍ଦେଶକ ଚିନ୍ମୟ ଦାସ । ଏହି ଅବସରରେ ଆଗାମୀ ଫିଲ୍ମ ‘ପରବ’ ପାଇଁ ପ୍ରମୋସନ କରିଥିଲେ । ଫିଲ୍ମ ବିଷୟରେ ସଂକ୍ଷେପରେ କହିବା ସହ ଉପାନ୍ତ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମ ଓ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ ।’ପରବ’ ଫିଲ୍ମ ନେଇ ଲୋକଙ୍କୁ ଏହା ଅପିଲ୍ କଲେ ସିଦ୍ଧାନ୍ତ-ଅନୁଏହି ଅବସରରେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ତଥା ‘ପରବ’ ନିର୍ଦ୍ଦେଶକ ଚିନ୍ମୟ ଦାସ ସ୍ଥାନୀୟ କଳାକାର ମାନଙ୍କୁ ମଧ୍ୟ ଧନ୍ୟବାଦ ଦେବା ସହ ବେଶ ପ୍ରଶଂସା ମଧ୍ୟ କରିଥିଲେ । ‘ପରବ’ ସିନେମାକୁ ବିପୁଳ ସଂଖ୍ୟାରେ ଦେଖିବା ପାଇଁ ଦର୍ଶକଙ୍କୁ ଅନୁରୋଧ କରିଥିଲେ । କହିରଖୁଛୁ କି, ଆସନ୍ତା ଡିସେମ୍ବର ୨୦ ତାରିଖରେ ବଡ଼ ପରଦାକୁ ଆସିବ ଏହି ଫିଲ୍ମ । ଜାତୀୟ ପୁରସ୍କାର ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ‘ଦମନ’ ନିର୍ମାତା ଦୀପେନ୍ଦ୍ର ସାମଲଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ଜାତୀୟ ପୁରସ୍କାର ବିଜେତା ‘ପ୍ରତୀକ୍ଷା ଏବଂ ‘ଦମନ’ ଅଭିନୀତ ଅଭିନେତା ଦିପାନ୍ୱିତ ଦାସମହାପାତ୍ର, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କ ସମେତ ଅନେକ ତାରକା ନଜର ଆସିବେ । ଏଥିସହ ଅନୁ ଚୌଧୁରୀ ଏହି ଫିଲ୍ମରେ ଅଭିନୟ କରିବା ସହ ସହ-ନିର୍ମାତା ସହ ଅଭିନେତ୍ରୀ ଭାବେ ବି ନଜର ଆସିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ