Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଜିଲ୍ଲାପରିଷଦ ସମ୍ମୀଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ଜିଲ୍ଲାପାଳ ଗଜପତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡ଼.ଗୁଣନିଧି ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପ ପଣ୍ଡା,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ଓ ଶ୍ରୀଯୁକ୍ତ ସୁଭଳ କୁମାର ଜେନାମଣି,ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓରମାସ୍,ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ।ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ଆସନ୍ତା ତା.୧୮ ଡିସେମ୍ବର,୨୦୨୪ ରିଖ ଠାରୁ ତା.୨୨ ଡିସେମ୍ବର, ୨୦୨୪ ରିଖପର୍ଯ୍ୟନ୍ତ ପଞ୍ଚ ଦିନ ଧରି ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ। ପଲ୍ଲୀଶ୍ରୀ ମେଳା ଦ୍ୱାରା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଲାଭବାନ ହେବା ସହ ସେମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାରେ ସହାୟକ ହୋଇପାରିବ । ଏହି ମେଳାରେ ପ୍ରଦର୍ଶନୀ ନିମନ୍ତେ ୨୦୦ ରୁ ଉର୍ଦ୍ଧ ଗୋଟି ଷ୍ଟଲ ଖଲାଯିବାକୁ ସ୍ଥିର କରାଯାଇଛି। ଏହି ମେଳାରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଦ୍ୱାରା ବିଭିନ୍ନ ସାମଗ୍ରୀ ସମେତ ବିଭିନ୍ନ ଘରୋଇ ଉପକରଣ, ବସ୍ତ୍ରଳାୟ ଇତ୍ୟାଦି ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ରଖାଯିବ । ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ବନବିଭାଗ, ମତ୍ସ୍ୟ ବିଭାଗ, ଓରମାସ, ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୃଷି ବିଭାଗ, ଉଦ୍ୟାନ, ସ୍ୱାସ୍ଥ୍ୟ, ବ୍ୟାଙ୍କ, ଶିଶୁ ସୁରକ୍ଷା, ଜିଲ୍ଲା ଶିଳ୍ପ କେନ୍ଦ୍ର ବୋଲି ବିଭିନ୍ନ ବିଭାଗର ଷ୍ଟଲ ଖଲାଯିବ । ଏହା ସହିତ ପ୍ରତିଦିନ ସ୍ଥାନୀୟ କଳାକାରମାନଙ୍କୁ ନେଇ ସାଂସ୍କୃତିକ ଓ ଜିଲ୍ଲାର ପାରମ୍ପାରିକ ଅଧିବାସୀ ନୃତ୍ୟର କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି।ଏହି ପ୍ରସ୍ତୁତି ବୈଠକରେ ଶ୍ରୀଯୁକ୍ତ ଟିମନ୍ ବାରା, ଜିଲ୍ଲା ପ୍ରକଳ୍ପ ସଂଯୋଜକ,ମିଶନ ଶକ୍ତି ଗଜପତି, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଣ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ