Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗର ବ୍ଲକ ଅଲଡ଼ା ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ କିପରି ଚାଲିଛି ଅନୁଧ୍ୟାନ କଲେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଧୀନରେ ଥିବା ଅଲଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ କିପରି ଚାଲିଛି ଏବଂ ମଧ୍ୟାହ୍ନ ଭୋଜନର ମାନକୁ ନେଇ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଅନୁଧ୍ୟାନ କରିଛନ୍ତି. ଏଥିସହ ବିଦ୍ୟାଳୟରେ ରୋଷେଇ ହୋଇଥିବା ମଧ୍ୟାହ୍ନ। ଭୋଜନକୁ ବିଧାୟକ ପାଣିଗ୍ରାହୀ ନିଜେ ଗ୍ରହଣ କରିବା ସହ ଭୋଜନର ମାନ ଠିକ ଥିବା ଯୋଗୁଁ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣେଇବା ସହ ପ୍ରତେକ ଦିନ ଏଭଳି ଭାବେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ପ୍ରଦାନ ବ୍ୟବସ୍ଥା କରାଯାଉ ବୋଲି ପ୍ରଧାନ ଶିକ୍ଷକ ଓ ଦାୟିତ୍ୱରେ ଥିବା ଅନ୍ୟ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ. ଏଥିସହ ବିଦ୍ୟାଳୟକୁ ପରିଦର୍ଶନ କରିବା ସହ ବିଦ୍ୟାଳୟର କେତେକ ସମସ୍ୟା ନେଇ ଶିକ୍ଷକ – ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ