Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୋଲରେ ଝୁଲିଛି ମେଲୋଡି ପାର୍ଟି ଗାଡ଼ି

ପଦ୍ମପୁର: ମେଲୋଡି ପାର୍ଟି ଗାଡି ଦୁର୍ଘଟଣା । ଅଳଜପକେ ବର୍ତ୍ତିରେ ୨୦ରୁ ଅଧିକ କଳାକାର । ପୋଲ ଉପରେ ଝୁଲି ରହିଛି ମେଲୋଡି ପାର୍ଟି ଗାହଇ । ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ପୋଡ଼ଛାପର ଛକ ନିକଟରେ ଘଟିଛି । କଳାକାରମାନେ ପଦ୍ମପୁରରୁ କାର୍ଯ୍ୟକ୍ରମ ସାରି ଭୋରୁ କଳାହାଣ୍ଡି ଜିଲ୍ଲା ଉତ୍କେଲା ଫେରୁଥିଲେ । ଏହି ସମୟରେ ପାଟଣାଗଡ଼-ବେଲପଡା ରାସ୍ତାର ପୋଡ଼ଛାପର ଗାଁ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ପୋଲ ଉପରକୁ ଚଢି ଯାଇଥିଲା ।

ପରେ ଗାଡ଼ିଟି ପୋଲ ଉପରେ ଝୁଲି ରହିଥିଲା । ଗାଡ଼ିରେ ଥିବା ୨୦ରୁ ଅଧିକ କଳାକାର ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିଲେ । କହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।