Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା ବ୍ଲକରେ ଆବାସ ଯୋଜନାରେ ମହାଦୁର୍ନିତିର ଅଭିଯୋଗ ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ

ପାରଳାଖେମୁଣ୍ଡି:୨/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ସରକାର ନିରିହ ଗରିବ ମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଯୋଜନା କରି ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଛନ୍ତି। ଏଥିରେ କେବଳ ଗରିବମାନଙ୍କ ନିମନ୍ତେ ହଜାର ହଜାର କୋଟି ବ୍ୟୟ ଅଟକଳ କରାଯାଉଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହିତାଧିକାରୀ ଘର ତିଆରି ନକଲେ ମଧ୍ୟ ତିନୋଟି କିସ୍ତିର ୧୩୦୦୦୦/- ଟଙ୍କା ସହିତ ମନେରଗା ର ୨୨୫୧୫/- ଟଙ୍କା ବିଲ୍‌ ହୋଇଯାଇଛି। ଏହା ହେଉଛି ଗୁମ୍ମା ପଞ୍ଚାୟତର କୃଷ୍ଣଚନ୍ଦ୍ର ପୁର ଗ୍ରାମରେ । ହିତାଧିକାରୀଙ୍କ ନାମ ରତ୍ନମଣି ରାଉଳ କାର୍ଯ୍ୟଦେଶ ସଂଖ୍ୟା OD/୨୪/୦୦୨/୮୩୬୫/୨୧ – ୨୨ । ହିତାଧିକାରୀଙ୍କୁ ପ୍ରଥମ କିସ୍ତି ୪୦,୦୦୦/- ଟଙ୍କା ପ୍ରଦାନ କଲାପରେ ଦ୍ଵିତୀୟ କିସ୍ତି ପାଇଁ ଛାତ ସ୍ତରର ୬୫୦୦୦/- ଟଙ୍କା ପାଇଁ ପଞ୍ଚାୟତର କୌଣସି ଅଧିକାରୀ ହିତାଧିକାରୀଙ୍କ ଉପସ୍ଥିତିରେ ଜିଓ ଟାଗିଙ୍ଗ ମାଧ୍ୟମରେ ଫୋଟ ଉଠାଇ ଦ୍ଵତୀୟ କିସ୍ତି ପ୍ରଦାନକରାଯାଏ । ଘର ସମ୍ପୁର୍ଣ୍ଣ ହେଲାପରେ ଅଧିକାରୀ ଫୋଟ ଉଠାଇଲା ପରେ ତୃତିୟ କିସ୍ତି ପ୍ରଦାନକରାଯାଏ । କିନ୍ତୁ ରତ୍ନମଣି ରାଉଳଙ୍କ କ୍ଷେତ୍ରରେ ସମ୍ପୁର୍ଣ୍ଣ ବ୍ୟତିକ୍ରମ ହୋଇଥିବା ଜଣା ପଡିଛି । କୌଣସି ନୂତନ ଘର ନକରି କିପରି ପୁରୁଣା ଘରକୁ ଆବାସ ଯୋଜନାର ସମସ୍ତ କିସ୍ତିର ୧୩୦୦୦୦/-ଟଙ୍କା ରତ୍ନମଣି ରାଉଳଙ୍କ ବ୍ୟାଙ୍କ ଜମାଖାତାକୁ ପ୍ରେରଣ କରାଗଲା ଏବଂ ଏହି କେଳେଙ୍କାରୀରେ କେଉଁ କେଉଁ ଅଧିକାରୀ ସଂପୃକ୍ତ ଅଛନ୍ତି ତାହା ନିଶ୍ଚିତ ଭାବରେ ତଦନ୍ତ ସାପେକ୍ଷ। ଏଥିରେ ଯେଉଁ ଅଧିକାରୀମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗ୍ରାମର ବୁଦ୍ଧିଜିବୀ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ