Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ପ୍ରତିବର୍ଷ ମେ ୧ରେ ବିଶ୍ବବ୍ୟାପୀ ଶ୍ରମିକ ଦିବସ ପାଳିତ ହୁଏ। ରାଜ୍ୟରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ।

ହିନ୍ଦୁସ୍ଥାନ ଲେବର କିଷାନ ପାର୍ଟି ପ୍ରଥମ ଥର ଏହି ଦିବସ ପାଳନ କରିଥିଲା । ପରେ ଭାରତରେ ୧୯୨୩ରେ ଏହି ଦିବସ ପାଳନ ହୋଇଥିଲା । ଶ୍ରମିକ ଦିବସ ଦିନ ସରକାର ସମସ୍ତଙ୍କୁ ଜାତୀୟ ଛୁଟି ପ୍ରଦାନ ପାଇଁ ଏକ ପ୍ରସ୍ତାବ ପାରିତ ହେଲା । ତା ପରଠୁ ପ୍ରତିବର୍ଷ ଶ୍ରମିକ ଦିବସ ପାଳିତ ହେଉଛି । ୧୯୨୩ ମସିହାରେ ମାଡ୍ରାସରେ ପ୍ରଥମ ଥର ଶ୍ରମିକ ଦିବସ ପାଳନ କରାଯାଇଥିଲା ।

ତେବେ ଶ୍ରମିକ ସମସ୍ୟା ଆଜି ବି ଲାଗି ରହିଛି । ଖୋଦ୍‌ ରାଜଧାନୀରେ ହଜା‌ର ହଜାର ଶ୍ରମିକ ଆଜି ବହୁ ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛନ୍ତି। ଅନିଶ୍ଚିତ ରୋଜଗାର ସାଙ୍ଗକୁ ମୌଳିକ ସୁବିଧା ପାଉନଥିବାରୁ ବହୁ ଶ୍ରମିକ ଆଜି ବି ହନ୍ତସନ୍ତ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ