Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ବ୍ୟାଙ୍କ ଯାଇପାରୁନଥିବା ହିତାଧୀକାରୀଙ୍କୁ ଘରେ ମିଳିବ ଟଙ୍କା

ନୂଆଦିଲ୍ଲୀ : ଏଣିକି ଯେଉଁ ହିତାଧିକାରୀ ବ୍ୟାଙ୍କ ଯିବାକୁ ଅସମର୍ଥ ସେମାନଙ୍କୁ ଟଙ୍କା ଉଠାଇବାକୁ ଆଉ ବ୍ୟାଙ୍କକୁ ଯିବାକୁ ପଡ଼ିବନି। ଖୋଦ୍‌ ବ୍ୟାଙ୍କ କର୍ତ୍ତୃପକ୍ଷ ହିତାଧୀକାରୀଙ୍କ ନିକଟରେ ଭତ୍ତା ଟଙ୍କା ପହଞ୍ଚାଇବେ। ଅଧିକ ବୟସ୍କ କିମ୍ବା ଅସୁସ୍ଥତା କାରଣରୁ ଯେଉଁମାନେ ବ୍ୟାଙ୍କକୁ ଯାଇ ବାର୍ଦ୍ଧକ୍ୟ ଭତ୍ତା ଆଣିପାରୁନାହାନ୍ତି ସେମାନଙ୍କ ଘରେ ଟଙ୍କା ପହଞ୍ଚାଇବ ବ୍ୟାଙ୍କ । ଏଥିପାଇଁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ବୟସ୍କ ହିତାଧୀକାରୀଙ୍କ ବ୍ୟାଙ୍କ ଖାତାରେ ସ୍ବଚ୍ଛତା ରକ୍ଷା ପାଇଁ ଟଙ୍କା ଜମା ହେଉଥିଲେ ବି ଅଧିକାଂଶ ଏଥିରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳୁଛି। ହିତାଧିକାରୀଙ୍କ ଆକାଉଣ୍ଟରେ ଡିବିଟି ମାଧ୍ୟମରେ ଭତ୍ତା ଟଙ୍କା ଜମା ହେଉଛି ।

ଅନେକ ସମୟରେ ଆଧାର ଓ ସର୍ଭରରେ ସମସ୍ୟା ଦେଖାଯାଉଛି । ହିତାଧିକାରୀ ବ୍ୟାଙ୍କ ଦୌଡ଼ିଲେ ବି ସମାଧାନର ବାଟ ଫିଟୁନାହିଁ । ଉଭୟ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏବଂ ମଧୁବାବୁ ପେନ୍ସନ୍ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ