ଅଧାରୁ ଅଟକିଲା କେଦାରନାଥ ଯାତ୍ରା; ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି


ଚମୋଲି: ଅଧାରୁ ଅଟକିଲା କେଦାରନାଥ ଯାତ୍ରା। ଉତ୍ତରାଖଣ୍ଡରେ ମୂଷଳଧାରାରେ ବର୍ଷା ସହ ତୁଷାରପାତ ଜାରି ରହିଥିବାରୁ ଶ୍ରଦ୍ଧାଳୁଙ୍କ ଲାଗି ଯାତ୍ରା ବନ୍ଦ ରଖାଯାଇଛି । ଚମୋଲିରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ରାସ୍ତା ବନ୍ଦ ହୋଇଯାଇଛି। ଯେଉଁଥିପାଇଁ ଅଧାରାସ୍ତାରେ ଶ୍ରଦ୍ଧାଳୁମାନେ ଅଟକି ରହିଛନ୍ତି।

ଗଙ୍ଗୋତ୍ରୀ, ଯମୁନୋତ୍ରୀରେ ବର୍ଷା ଜାରି ରହିଥିବା ବେଳେ ପାହାଡ଼ ଉପରେ ବରଫ ବର୍ଷା ହେଉଛି । ପାଗ ଅନୁକୂଳ ନଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ଓ ପ୍ରତିକୂଳ ପାଗ ଯୋଗୁ ଆସନ୍ତା ୩ ତାରିଖ ଯାଏଁ ବାବା କେଦାରନାଥଙ୍କ ଯାତ୍ରା ଉପରେ ରୋକ ଲଗାଇ ଦିଆଯାଇଛି ।

ରେଜିଷ୍ଟ୍ରେସନ କାଉଣ୍ଟରରେ ପ୍ରବଳ ଭିଡ ଯୋଗୁ ଏଥିରେ ରୋକ ଲଗାଯାଇଛି ବୋଲି ଋଷିକେଶ ଟ୍ରାନଜିଟ କ୍ୟାମ୍ପ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।