Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନା ବ୍ଲକ ରଙ୍ଗ ମାଟିଆ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲା ପଢୁଛନ୍ତି ବାରଣ୍ଡା ରେ, ବିଦ୍ୟାଳୟ କୁ ମିଳିଛି ମୁଖ୍ୟମନ୍ତ୍ରୀ ପୁରସ୍କାର

ପାରଳାଖେମୁଣ୍ଡି:୯/୧୨(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଶିକ୍ଷା ବିଭାଗରେ ଅବ୍ୟବସ୍ଥା ପିଲା ପଢ଼ୁଛନ୍ତି ବାରଣ୍ଡା ରେ, ରୋଷେଇ ଘରେ ହେଉଛି ଏକା ସାଙ୍ଗରେ ଦୁଇ ଦୁଇ ଟି କ୍ଲାସ, ପାଠ ପଡିବା ବେଳେ ପିଲାଙ୍କୁ ହେଉଛି ଖରା, ହେଲେ ବିଦ୍ୟାଳୟ କୁ ମିଳିଛି ମୁଖ୍ୟମନ୍ତ୍ରୀ ପୁରସ୍କାର l ଘଟଣା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ସଦରମହକୁମା ରଙ୍ଗାମାଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର l ଦୀପତଳ ଅନ୍ଧାର ଭଳି ଚାଲିଛି ଏଇ ବିଦ୍ୟାଳୟ l ବିଦ୍ୟାଳୟ ପଢୁଛନ୍ତି ପ୍ରଥମ ରୁ ଅଷ୍ଟମ ଯାଏଁ ଦୁଇଶହବୈୟାଳିସି ଛାତ୍ରଛାତ୍ରୀ l ଶିକ୍ଷକଶିକ୍ଷୟତ୍ରୀ ମିଶି ଅଛନ୍ତି ବିଦ୍ୟାଳୟରେ ଆଠଜଣ l ହେଲେ ଶ୍ରେଣୀଗୃହ ନଥିବାରୁ ବିଦ୍ୟାଳୟ ର ବାରଣ୍ଡାରେ ଗୋଟିଏ କାନ୍ଥକୁ ମଝିରେ ରେ ରଖି ଚାଲିଛି ଦୁଇପଟେ କ୍ଲାସ ଓ ଅନ୍ୟ ସ୍ଥାନରେ ଖାଇବା ଘରେ ହେଉଛି ଦୁଇଟି କ୍ଲାସ l ଆପଣ ଏ ଚିତ୍ର ଦେଖିଲେ ହିଁ ଜାଣି ପାରୁଥିବେ ମୋହନା ବ୍ଲକ ରେ ସରକାରୀ ବିଦ୍ୟାଳୟ ଗୁଡିକ କିପରି ଚାଲିଛି l ଖରା ହେବାରୁ ପିଲାମାନେ ପାଠ ପଡିବେ କଣ ଖରା ପାଁଇ ହେଉଛନ୍ତି ଅସ୍ତବ୍ୟସ୍ତ l ଯଦି ମୋହନା ବ୍ଲକ ସଦର ମହକୁମା ମୋହନା ସହରରେ ସରକାରୀ ବିଦ୍ୟାଳୟ ଗୁଡିକର ଚିତ୍ର ଏମିତି ତେବେ ପୁରା ଜିଲ୍ଲା ରେ ସରକାରୀ ବିଦ୍ୟାଳୟ ଗୁଡିକ କେମିତି ଚାଲିଥିବ ଆପଣ ଜାଣି ପାରୁଥିବେ lତେବେ ମୋହନା ସହର ରଙ୍ଗମାଟିଆ ବିଦ୍ୟାଳୟ ର ଅନୁସଙ୍ଗିକ ବ୍ୟବସ୍ତା ଠିକ ନଥାଇ କିଭଳି ୫ ଟି ଜରିଆରେ ଏହି ବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ପୁରସ୍କାର କିପରି ମିଳିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ