Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଦାବେଳେ ବିବାଦ ଓ ଅବ୍ୟବସ୍ଥାରେ ଘେରରେ ରହିଥିବା ମୋହନା ଦୃଷ୍ଟିହୀନ ବଧିର ବିଦ୍ୟାଳୟରୁ ନିଜ ନିଜ ପିଲାଙ୍କୁ ନେଇଗଲେ ଅଭିଭାବକ ।

ପାରଳାଖେମୁଣ୍ଡି:୧୮/୧୨(ଗରୁଡ଼ ଧ୍ୱଜ ଚୌଧୁରୀ)ସଦାବେଳେ ବିବାଦ ଓ ଅବ୍ୟବସ୍ଥାରେ ଘେରରେ ରହିଥିବା ମୋହନା ଦୃଷ୍ଟିହୀନ ବଧିର ବିଦ୍ୟାଳୟରୁ ନିଜ ନିଜ ପିଲାଙ୍କୁ ନେଇଗଲେ ଅଭିଭାବକ l ଅଭିଭାବକ ମାନେ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ଓ ଅବ୍ୟବସ୍ଥାକୁ ନେ଼ଇ ବିଦ୍ୟାଳୟପ୍ରଶାସନକୁ ଦେଇଥିଲେ ୫ ଦିନର ମହଲତ l ହେଲେ ସମସ୍ୟା ସୁଧୁରିଲାନି l ପିଲାଙ୍କୁ ସଠିକ ଭାବେ ଖାଦ୍ୟ ଦିଆଗଲାନି କି ଶିକ୍ଷକ ନିଯୁକ୍ତି ମଧ୍ୟ ହେଲେନି l ତେଣୁ ବାଧ୍ୟ ହୋଇ ନିଜ ନିଜ ଦିବ୍ୟାଙ୍ଗ ପିଲାଙ୍କୁ ବିଦ୍ୟାଳୟ ରୁ ନେଇଗଲେ ଅଭିଭାବକ l ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନା ଠାରେ ଥିବା ଏକ ମାତ୍ର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟି ହୀନ ବଧିର ବିଦ୍ୟାଳୟରେ l ଏବେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଗତି କରୁଛି ଏହି ବିଦ୍ୟାଳୟ l କେନ୍ଦ୍ର ଅନୁଦାନ ରାଶି ରେ ଏନଜିଓ ଦ୍ୱାରା ଚାଲିଥିବା ବେଳେ ଏହି ବିଦ୍ୟାଳୟ ଟି ବହୁ ପୁରୁଣା l ଏହି ବିଦ୍ୟାଳୟରେ ରାୟଗଡା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲା ର ଦୃଷ୍ଟି ହୀନ ବଧିର ପିଲା ମlନେ ଅଧ୍ୟୟନ କରନ୍ତି l ହେଲେ ଏହି ବିଦ୍ୟାଳୟ ରେ କିଛି ବର୍ଷ ହେଲା ଅବ୍ୟବସ୍ଥା ରେ ଚାଲିଥିବା ବେଳେ ସଭାପତି ଅଛନ୍ତି ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ l ବିଦ୍ୟାଳୟର ସମ୍ପାଦକ ବିଜେଡି ର ଜିଲ୍ଲା ଉପ ସଭାପତି ଦଣ୍ଡାଶୀ ସାହୁ ପରିଚାଳନା କରୁଛନ୍ତି l ବିଦ୍ୟାଳୟ ରେ ମୋଟ ୬୦ ଜଣ ଦିବ୍ୟାଙ୍ଗ ପିଲା ପଡୁଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ଦୀର୍ଘ ଦୁଇ ବର୍ଷ ହେଲା ଖାଲି ପଡିଛି l ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ମାସିକ ପ୍ରାପ୍ୟ ନ ମିଳିବାରୁ ସମସ୍ତେ ବିଦ୍ୟାଳୟ ଛାଡିଥିବା ଜଣା ପଢ଼ିଛି l ପାଠ ପଡିବା ବଦଳ ରେ ଟିଭି ଦେଖି ସମୟ କାଟିବାକୁ ପଡୁଛି ବୋଲି କହିଛନ୍ତି ଛାତ୍ର ଛାତ୍ରୀ l ଖାଇବା କୁ ମଧ୍ୟ ଠିକ ଭାବରେ ମିଳୁନଥିବା କହିଛନ୍ତି ଅଭିଭାବକ l ଅନ୍ୟ ପକ୍ଷରେ କିଛି ଦିନ ତଳେ ଅଭିଭାବକ ମlନେ ବୈଠକ ରେ ସମ୍ପାଦକ ଙ୍କୁ କହିଥିଲେ ଶିକ୍ଷକ ନାହାନ୍ତି ପିଲା କିପରି ପାଠ ପଡିବେ ଯାହାକୁ ନେଇ ସମ୍ପାଦକ ଉତ୍ତର ନ ଦେଇ ଚାଲିଯାଇଥିଲେ ବୋଲି କହିଛନ୍ତି l ଫଳରେ ମଙ୍ଗଳବାର ମଧ୍ୟାହ୍ନ ରେ ସବୁ ଛାତ୍ର ଛାତ୍ରୀ ଙ୍କ ବାପା ମା ଆସି ବିଦ୍ୟାଳୟ ରେ ଅବ୍ୟବସ୍ଥା ଚାଲିଥିବା କହିବା ସହ ପାଞ୍ଚ ଦୀନ ମଧ୍ୟରେ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ନ ହୁଅନ୍ତି ତେବେ ଏହି ଅନୁଷ୍ଠାନ ରେ ପିଲା ଙ୍କୁ ରଖି ଭବିଷ୍ୟତ ଅନ୍ଧାର କରିବା ଅପେକ୍ଷା ପିଲା ଙ୍କୁ ନେଇଯିବୁ ବୋଲି ଚେତାବନୀ ଦେଇଥିଲେ ଅଭିଭାବକ l ଏଥିସହ ଅନୁଷ୍ଠାନ ରେ ତାଲା ପକାଇବା ପାଇଁ ଚେତାବନୀ ଦେଇଥିଲେ l ସୋମବାର ୫ ଦିନ ର ମହଲତ ସରିଥିବା ବେଳେ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆଯାଇ ନଥିବା ଯୋଗୁଁ ବାଧ୍ୟହୋଇ ପିଲାଙ୍କୁ ନେଇ ଯାଉଥିବା କହିଛନ୍ତି l ଯଦି ଏତେ ଦିନ ଧରି ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି ତେବେ ସେମାନଙ୍କ ଅନୁଦାନ ଟଙ୍କା କୁଆଡେ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ଏନେଇ ବିଦ୍ୟାଳୟ ସମ୍ପାଦକ ଦଣ୍ଡlସି ସାହୁ ଙ୍କୁ ପଚାରିବାରେ ପିଲାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି l ଅତିଶୀଘ୍ର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ଅଦକ୍ଷେପ ନିଆଯାଉଥିବା କହିଛନ୍ତି l ବିଜୁ ଜନତା ଦଳର ଶାସନ ସମୟରେ ଏହି ବିଦ୍ୟାଳୟର ପରିଚାଳନା କମିଟି ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଆସିଥିଲେ ମଧ୍ୟ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ବୁଜୁ ଜନତା ଦଳର ଜଣେ ବରିଷ୍ଠ ନେତା ହୋଇ ଥିବା ଯୋଗୁଁ ତଦନ୍ତ ନାଁରେ ଜିଲ୍ଲା ପ୍ରଶାସନ ଘଣ୍ଟ ଘୋଡାଇ ଆସୁଥିବା ଅଭିଯୋଗ ହୋଇ ଆସୁଥିଲା l ବର୍ତ୍ତମାନ ରାଜ୍ୟରେ ବିଜେପି ଦଳର ସରକାର ଏହାର ତଦନ୍ତ କରିବା ସହ ପରିଚାଳନା କମିଟି ଭାଙ୍ଗି ନୂଆଁ କରିବା ପାଇଁ ଏ ଅଞ୍ଚଳର ସର୍ବସାଧାରଣ ରେ ଦାବୀ ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ