Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଏସ୍‌ଟି ଆଦାୟରେ ରେକର୍ଡ କଲା ଦେଶ; ଏପ୍ରିଲରେ ସର୍ବାଧିକ

ନୂଆଦିଲ୍ଲୀ: ଗତ ଏପ୍ରିଲ ମାସରେ ଜିଏସ୍‌ଟି ଆଦାୟରେ ରେକର୍ଡ କରିଛି ଦେଶ। ଏପ୍ରିଲରେ ଜିଏସଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଗତ ମାସରେ ଜିଏସ୍‌ଟି ଆଦାୟ ପ୍ରାୟ ୧ ଲକ୍ଷ ୮୭ ହଜାର କୋଟିରେ ପହଞ୍ଚିଛି ।

ଗତ ବର୍ଷ ଏପ୍ରିଲ ମାସରେ ଜିଏସଟି ଆଦାୟ ୧ ଲକ୍ଷ ୬୮ ହଜାର କୋଟି ରହିଥିଲା । ୨୦୨୩ ଏପ୍ରିଲରେ ଏହି ସଂଗ୍ରହ ପରିମାଣ ୧୯ ହଜାର ୪୯୫ କୋଟି ଟଙ୍କା ଅଧିକ ରହିଛି ।

ସୂଚନା ଅନୁଯାୟୀ ପ୍ରଥମ ଥର ପାଇଁ ମୋଟ୍ ଜିଏସଟି ସଂଗ୍ରହ ୧ ଲକ୍ଷ ୭୫ ହଜାର କୋଟି ଟଙ୍କା ଟପିଛି। ୨୦୨୩ ଏପ୍ରିଲ ୨୦ ତାରିଖରେ ସର୍ବାଧିକ ୬୮ ହଜାର ୨୨୮ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories