Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ସ୍ତରୀୟ ସୁଶାସନ ସପ୍ତାହ କର୍ମଶାଳା ଶୁଭାରମ୍ଭ।

ପାରଳାଖେମୁଣ୍ଡି:୧୯/୧୨(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ସ୍ତରୀୟ ସୁଶାସନ ସପ୍ତାହ “ପ୍ରଶାସନ ଗାଁ କି ଓର” କର୍ମଶାଳା କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଶୁଭାରମ୍ଭ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଭାରମ୍ଭ ହୋଇଯାଉଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗର ତଥା ଶିକ୍ଷା,ସ୍ୱାସ୍ଥ୍ୟ,ଯୋଗାଯୋଗ ସମେତ ସାଧାରଣ ଜନତାଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରି ସମସ୍ତ ଆଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା । ଏହି ‘ସୁଶାସନ ସପ୍ତାହ ପ୍ରଶାସନ ଗାଁ କି ଓର’ କର୍ମଶାଳା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଆଜି ତା.୧୯ ଡିସେମ୍ବର ଠାରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁରହିବ। ଏହି ଅବସରରେ ଗଜପତି ଜିଲ୍ଲାରେ ମଧ୍ୟ ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ପର୍ଯ୍ୟନ୍ତ ଜନସାଧାରଣ ଅଭିଯୋଗ ଶୁଣାଣି କରି ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଅଛି। ଏହି ପରି ପେକ୍ଷୀ ରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ସମାଧାନ କରିବା ସହ ଜନସେବା ପ୍ରଦାନ କରିବା,ବିଚାରଧୀନ ଜନସାଧାରଣଙ୍କ ଅଭିଯୋଗ ସମାଧାନ, ଅନଲାଇନ୍ ସେବା ପ୍ରଦାନ କରିବା ସୁଶାସନ ସପ୍ତାହ ମୂଳ ଉଦ୍ଦେଶ୍ୟ ଅଟେ।ଆଜିର ଏହି ସୁଶାସନ ସପ୍ତାହ କର୍ମଶାଳା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଲିପିନା ଦାସ, କମଳକାନ୍ତ ପଣ୍ଡା, ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ, ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ