Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାରକୁ ଧକ୍କା ଦେଇ ଡିଭାଇଡର ଉପରକୁ ଚଢ଼ିଗଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ୫୦ ଛାତ୍ରଛାତ୍ରୀ

ରାଉରକେଲା: ରାଉରକେଲାରେ ସ୍କୁଲ ବସ୍ ଦୁର୍ଘଟଣା । ଏକ କାରକୁ ଧକ୍କା ଦେବା ପରେ ଡିଭାଇଡର ଉପରକୁ ଚଢ଼ିଗଲା ବସ୍ । ଦୁର୍ଘଟଣା ସମୟରେ ବସରେ ଥିଲେ ୫୦ ଛାତ୍ରଛାତ୍ରୀ । ସୌଭାଗ୍ୟକୁ କୌଣସି ଛାତ୍ରଛାତ୍ରୀଙ୍କ ବେଶି କିଛି କ୍ଷତି ହୋଇନି । ଦୁର୍ଘଟଣା ରାଉରକେଲାର ସେକ୍ଟର-୩ ଥାନା ଅନ୍ତର୍ଗତ ହାଉସ୍‌ ଛକ ନିକଟରେ ଘଟିଛି ।

ସବୁଦିନ ପରି ଆଜି ସକାଳେ ବସଟି ୫୦ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିଲା । ହାଉସ୍‌ ଛକ ନିକଟରେ ବସ୍‌ ଓ କାର ମଧ୍ୟରେ ଧକ୍କା ହେବା ଫଳରେ ବସଟି ଭାରସାମ୍ୟ ହରାଇ ଡିଭାଇଡରରେ ଚଢ଼ିଯାଇଥିଲା । ଦୁର୍ଘଟଣାରେ ଗାଡ଼ିର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି । ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ