କଂଗ୍ରେସର ପ୍ରତିଶ୍ରୁତି; ଜିତିଲେ ମିଳିବ ୨ ଶହ ୟୁନିଟ୍ ମାଗଣା ବିଜୁଳି, ଆଉ ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା


ବେଙ୍ଗାଲୁରୁ: ପାଖେଇ ଆସୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ବଳ କଷିବାରେ ଲାଗିଛନ୍ତି ସବୁ ଦଳ। ଜମୁଛି ପ୍ରଚାର। ଅନ୍ୟପଟେ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି କଂଗ୍ରେସ । ନିର୍ବାଚନରେ ଜିତିଲେ ଲୋକମାନଙ୍କୁ ମିଳିବ ୨ ଶହ ୟୁନିଟ୍ ମାଗଣା ବିଜୁଳି। ଏହାସହିତ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

ଏଥିରେ କଂଗ୍ରେସ ପ୍ରତିଶ୍ରୁତି ଦେଇଛି ଯେ, କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ଆସିଲେ, ୨ ଶହ ୟୁନିଟ୍ ମାଗଣା ବିଜୁଳି ଯୋଗାଇବ । ତା ସହିତ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମିଳିବ ମାସିକ ୨ ହଜାର ଟଙ୍କା।