Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଆଞ୍ଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୪/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଆଞ୍ଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନା ପ୍ରଶିକ୍ଷଣ ଶିବିର ଆଜି ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ତାଲିମ ଶିବିରରେ ବିଜୟ କୁମାର ଦାଶ, ଜିଲ୍ଲାପାଳ ଗଜପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡ଼.ଗୁଣନିଧି ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ରାଜ କିଶୋର ମହାନ୍ତି ଓ ଶ୍ରୀମତୀ ପୂର୍ବ ବେରା,ବରିଷ୍ଠ ବୈଜ୍ଞାନିକ , କେନ୍ଦ୍ରୀୟ ଭୂମି ଜଳ ବୋର୍ଡ଼, ଜଳ ଶକ୍ତି ମନ୍ତ୍ରଣାଳୟ ଭାରତ ସରକାର, କେ.କର୍ଣ୍ଣାକର, ସହାୟକ ରସାୟନତତ୍ତ୍ୱ, କେନ୍ଦ୍ରୀୟ ଭୂମି ଜଳ ବୋର୍ଡ଼, ଜଳ ଶକ୍ତି ମନ୍ତ୍ରଣାଳୟ , ଭାରତ ସରକାର ଓ ବିଦ୍ୟା ସାଗର ମୁଦୁଲି, ପରିଚାଳକ ଜୀବିକା ମିଶନ ପ୍ରମୁଖ ମଞ୍ଚାଷିନ ଥିଲେ। ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେଲା ଜିଲ୍ଲାର ଗ୍ରାମ ପଞ୍ଚାୟତ ଗୁଡ଼ିକ ଜଳ ଜୀବନ ଅଭିଯାନର ନେତୃତ୍ଵ ନେଇ ନିଜ ଗ୍ରାମକୁ ସ୍ୱଚ୍ଛ ଓ ପର୍ଯ୍ୟାପ୍ତ ଜଳ ସାଇତି ରଖିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରଯାଇଥିଲା। ସେହିପରି ନଦୀବନ୍ଧ ଯୋଜନା ଦ୍ବାରା ଜଳ ସଂରକ୍ଷଣ ରଖାଯିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଜ୍ୟୋତିରାଜ ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ଜଳ ସେଚନ ବିଭାଗ, ସୁରେଶ ପଟ୍ଟନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଗଜପତି, ସୁଶାନ୍ତ ରଞ୍ଜନ ଦାସ,ଉପନିର୍ଦ୍ଦେଶକ ଉଦ୍ୟାନ,ଭେଙ୍କଟ ରାଓ ଆଚାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ