Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ ।

ପାରଳାଖେମୁଣ୍ଡି:୨୫.୧୨.୨୦୨୪
ଜିଲ୍ଲାସ୍ତରୀୟ ଭାରତର ପୂର୍ବତନ ପ୍ରଧାନନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ସୁଶାସନ ଦିବସ ଆଜି ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ପାରଳାଖେମୁଣ୍ଡି ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ,ଅତିରିକ୍ତ ଜିଲ୍ଲାପାଳ ଗଜପତି, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଗଜପତି, ଶ୍ରୀଯୁକ୍ତ ଅନୁପ ପଣ୍ଡା, ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି, ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ନାଗରିକ ଯୋଗ ଦେଇ ଥିବା ବେଳେ ଶ୍ରୀଯୁକ୍ତ ଏସ୍.ଆନନ୍ଧ, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି, ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ଅତିଥିଗଣ ପୂର୍ବତନ ପ୍ରଧାନନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଭଳି ଜନନାୟକ ଦେଶରେ ବିରଳ ବୋଲି ଅଭିହିତ କରିଥିଲେ। ବାଜପେୟୀଙ୍କ ଶାସନ କାଳରେ ଦେଶରେ ସ୍ଵଚ୍ଛତା, ଉତ୍ତରଦାୟିତ୍ଵ ଓ ସେବା ଗଣତନ୍ତ୍ରକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ । ବନଖଣ୍ଡ ଅଧିକାରୀ ଶ୍ରୀ ଏସ.ଆନନ୍ଧ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବାଜପେୟୀ ଜଣେ ସାହିତ୍ୟିକ, କବି, ରାଷ୍ଟ୍ରନୀତିଜ୍ଞ, ରାଜନୀତିଜ୍ଞ ଏବଂ ଉଚ୍ଚକୋଟୀର ମାନବବାଦ ଚିନ୍ତାଧାରା, ଆମ ସମସ୍ତଙ୍କୁ ପ୍ରେରଣା ହୋଇ ରହିବେ । ସେହିପରି ଗାଁ, ଜିଲ୍ଲା ଓ ଦେଶର ସମସ୍ତ ଜନସାଧାରଣ ମିଳିମିଶି କାମ କଲେ ଜିଲ୍ଲା ଓ ଦେଶ ବିକାଶ ହୋଇ ପାରିବ ବୋଲି କହିଥିଲେ ।
ମୁଖ୍ୟଅତିଥି ଶ୍ରୀଯୁକ୍ତ ମିଞ୍ଜ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ବାଜପେୟୀଙ୍କ ଶାସନ କାଳରେ ଭାରତର ଭିତ୍ତିଭୂମି, ବୈଦେଶିକ ନୀତି ଏବଂ ଅର୍ଥନୀତିକୁ ଆଧୁନିକୀକରଣ କରିବା ପାଇଁ ତାଙ୍କର ନେତୃତ୍ୱ ଏବଂ ଉଦ୍ୟମ ସହ ଏକ ଆଧୁନିକ ତଥା ସମୃଦ୍ଧ ଭାରତ ପାଇଁ ବିଶେଷ ଭାବରେ ଶିକ୍ଷା, ସଡକ, ସ୍ୱାସ୍ଥ୍ୟ ଏବଂ ଜାତୀୟ ନିରାପତ୍ତା ଭଳି କ୍ଷେତ୍ରରେ ତାଙ୍କର ଗୁରୁତ୍ବଭୂମିକା ରହିଥିଲା ।
ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ପରେ ପରେ ଦେଶପ୍ରୀତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ଦେଶାତ୍ମବୋଧକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ୪୦ ଜଣରୁ ଉର୍ଦ୍ଧ କବିତା ପାଠରେ ଅଂଶଗ୍ରଣ କରିଥିଲେ। କବିତା ପାଠୋତ୍ସବକୁ ଶ୍ରୀ ବିଚିତ୍ରାନନ୍ଧ ବେବର୍ତ୍ତା, ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ସଂଯୋଜନା କରିଥିଲେ।ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ଗଜପତି, ଶ୍ରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗଜପତି ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ବଶିଷ୍ଠ ନାଗରିକ, ବୁଦ୍ଧିଜୀବି ଓ ଗଣମାଧ୍ୟମ ପ୍ରତିନିଧି ଗଣ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭାଗର ବରିଷ୍ଠ କର୍ମଚାରୀ ନରସିଂହ ବାଜୁବନ୍ଧ ଓ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ