ଆଉ ଜଣେ ସରକାରୀ ବାବୁ ଘରେ ପଶିଲା ଭିଜିଲାନ୍ସ


କୋରାପୁଟ: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଉ ଜଣେ ସରକାରୀ ବାବୁ । ମହାଶୟ ଜଣଙ୍କ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲର ଏଆରଆଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଆରଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ ।

କୋରାପୁଟ ଓ ଜୟପୁର ସମେତ ୮ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ । ବୋରିଗୁମ୍ମାସ୍ଥିତ ଦୁଇ ମହଲା କୋଠା, ସମ୍ପର୍କୀୟଙ୍କ ଘର ସହ ଝିଅ ରହୁଥିବା ଭଡା ଘରେ ଚାଲିଛି ରେଡ୍ । ଏହାସହ ରନସପୁରରେ ପୈତୃକ ଘର, ବୋରିଗୁମ୍ମା ମାର୍କେଟ କମ୍ପ୍ଲେକ୍ସ ସହ କୁମୁଲିର ଅଫିସରେ ମଧ୍ୟ ଚଢଉ ଚାଲିଛି । ଚଢ଼ାଉରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ ସାମିଲ୍ ହୋଇଛନ୍ତି ।