Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ କାଳୀଙ୍କ ଆପତ୍ତିଜନକ ଫଟୋକୁ ନେଇ କ୍ଷମା ମାଗିଲା ୟୁକ୍ରେନ୍‌

ନୂଆଦିଲ୍ଲୀ: ହିନ୍ଦୁ ଦେବୀ ମା’ କାଳୀଙ୍କ ଏକ ଆପତ୍ତିଜନକ ଫଟୋ ଗତ ରବିବାର ଦିନ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟ୍‌ କରିଥିଲା। ଏହାପରେ ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। କଡା ସମାଲୋଚନାର ଶିକାର ହୋଇଥିଲା ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ।

ବିଶେଷ କରି ଭାରତୀୟମାନେ ଏହି ଫଟୋକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଭାରତୀୟମାନେ ସୋସିଆଲ ମିଡିଆରେ ଏହି ଫଟୋକୁ ନେଇ ଆପତ୍ତି ଜଣାଇଥିଲେ। ପରେ ଫଟୋକୁ ଡିଲିଟ୍ କରିଥିଲା ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ। ଏହି ମାମଲାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କହିଛନ୍ତି କି ଏହା ସମଗ୍ର ବିଶ୍ୱରେ ରହୁଥିବା ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି।

ତେବେ ମା’ କାଳୀଙ୍କ ଏଭଳି ଆପତ୍ତିଜନକ ଫଟୋ ପାଇଁ ଆଜି ୟୁକ୍ରେନ୍ କ୍ଷମା ପ୍ରାର୍ଥନା କରିଛି । ୟୁକ୍ରେନ୍ ଡେପୁଟି ବୈଦେଶିକ ମନ୍ତ୍ରୀ ଏକ ଟ୍ୱିଟ୍ କରି କହିଛନ୍ତି କି ମା’ କାଳୀଙ୍କ ବିଷୟରେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କରିଥିବା ଟ୍ୱିଟ୍ ପାଇଁ ସେ ଦୁଃଖିତ । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ