Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିରେ ପୁଣି ଗ୍ରୀନ କ୍ଲିନ ଅପରେସନରେ ୫କୋଟି ଟଙ୍କାର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଗଲା

ପାରଳାଖେମୁଣ୍ଡି:୩୧/୧୨(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାରେ ପୁଣି ଅପରେସନ ଗ୍ରୀନ କ୍ଲିନ ଦ୍ୱାରା 5 କୋଟିରୁ ଉର୍ଦ୍ଧ ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡି ପାଉଁଶ କରାଯାଇଛି. ଗଜପତି ଜିଲ୍ଲାରେ ଗଞ୍ଜେଇ ଚାଷକୁ ସମ୍ପୂର୍ଣ ବିଲୋପ କରିବା ପାଇଁ ଜିଲ୍ଲାପାଳ ବିଜୟ କୁମାର ଦାଶ ଓ ଜିଲ୍ଲା ଏସପି ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦେଶକ୍ରମେ ଅପରେସନ ଗ୍ରୀନ କ୍ଲିନ ଜାରି ରହିଛି। ଗଜପତି ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଅଡ଼ବା ଥାନା ଲଖାରୀ ଗାଁ ନିକଟରେ ଚଢ଼ଉ କରି ୨୪ ଏକର ଜଙ୍ଗଲ ଜମିରେ ଚୋରା ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି । ଗତ ଦେଢ଼ମାସ ହେଲା ପୁଲିସ, ଅବକାରୀ, ରାଜସ୍ବ ଓ ବନ ବିଭାଗ କର୍ମଚାରୀ ମିଳିତ ଭାବେ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଚାଲୁ ରଖାଯାଇଛି. ବର୍ତ୍ତମାନ ସୁଦ୍ଧା ମୋହନା ଅଞ୍ଚଳରୁ ପ୍ରାୟ ୮୦ କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ପୁଲିସ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ