Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନଦୀରେ ଭାସୁଛି ନିଖୋଜ ଯୁବକଙ୍କ ମୃତଦେହ

ଭଦ୍ରକ: ଧୁଷୁରୀ ଥାନା କାଶିନପୁର ପଞ୍ଚାୟତ ଦେଇ ଯାଇଥିବା ରେବ ନଦୀରେ ଭାସୁଛି ଯୁବକଙ୍କ ମୃତଦେହ । ଯୁବକ ଜଣକ ଦୁଇ ଦିନ ତଳେ ନିଖୋଜ ଥିଲେ । ଆଜି ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳୁଛି ।

କାଶିନପୁର ପଞ୍ଚାୟତ ଗଣେଶ ପାଟଣା ଗାଁର ରଘୁନାଥ ମଳିକଙ୍କ ପୁଅ ବୈରାଗୀ ମଳିକ ଦୁଇ ଦିନ ହେବ ନିଖୋଜ ଥିଲେ । ଆଜି କାଶିନପୁର ଶାସନ ଗ୍ରାମ ନିକଟ ରେବ ନଦୀରେ ଭାସୁଥିବା ମୃତଦେହ ବୈରାଗୀଙ୍କର ବୋଲି ଗ୍ରାମବାସୀ କହିଛନ୍ତି । ସ୍ଥାନୀୟ ଲୋକେ ଶବକୁ ଚିହ୍ନଟ ପରେ ଏନେଇ ଧୁଷୁରୀ ଥାନାକୁ ଜଣାଇଥିଲେ । ପୋଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ