Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା ବ୍ଲକ କୃଷ୍ଣ ଚନ୍ଦ୍ର ପୁର ଉଚ୍ଚ ମାଧ୍ୟମିକ ଏସ୍ଏସ ଡି ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ l

ଗୁମ୍ମା ବ୍ଲକ କୃଷ୍ଣ ଚନ୍ଦ୍ର ପୁର ଉଚ୍ଚ ମାଧ୍ୟମିକ ଏସ୍ଏସ ଡି ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ନୁଆଗଡ:୨୧/୧(ଆନିସ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୃଷ୍ଣ ଚନ୍ଦ୍ର ପୁର ସରକାରୀ ଉଚ୍ଚ ମାଧ୍ୟମିକ ଏସ୍ ଏସ ଡି ବାଳିକା ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀଯୁକ୍ତ ରୁପେଶ ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ରାୟଗଡ଼ା ଜୋନ ସର୍କଲ ଇନ୍ସପେକ୍ଟର ଶ୍ରୀଯୁକ୍ତ ଶ୍ୟାମ ଘନ ଭୂୟାଁ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ସଲୋମନ୍ ରାଇକା, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ ମାରାଣ୍ଡି, ଗଜପତି ଜିଲ୍ଲା ଏସ ଏସ ଡି ବିଦ୍ୟାଳୟ ଇନ୍ସପେକ୍ଟର ଇ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଚ୍ଚିଦାନନ୍ଦ ପୃଷ୍ଟି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଆକାଶ କୁମାର ଦିଗାଲ, ଗୁମ୍ମା ସରପଞ୍ଚ ପିତମଣି ରଇତ, ସମିତି ସଭ୍ୟ ସ୍ନିଗ୍ଧା ରାଣୀ ପାଣି, ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟନ ରଞ୍ଜନ ମଣ୍ତଳ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଦନମୋହନ କହଁର,ବ୍ଲକ ମଙ୍ଗଳ ଅଧିକାରୀ ମନୋଜ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଫିଲିମନ୍ ଭୂୟାଁ , ପ୍ରଧାନଶିକ୍ଷକ ଶୈଳେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories