Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁକ୍ରେନ୍ ଉପରେ ରୁଷର ପୁଣି ଆକ୍ରମଣ; ୨୧ ମୃତ ୪୮ ଆହତ

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷର ପାଲଟା ଆକ୍ରମଣ । ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ୪୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏ ନେଇ ୟୁକ୍ରେନରେ ହାଇଆଲର୍ଟ ଜାରି କରାଯାଇଛି । ଖେରସାନରେ ଥିବା ସୁପରମାର୍କେଟ୍ ଓ ରେଲୱେ ଷ୍ଟେସନ ଉପରେ ଆକ୍ରମଣ କରିଛି ରୁଷ ସେନା । ରାଜଧାନୀ କିଭ୍‌କୁ ମଧ୍ୟ ଛାଡିନି। କିଭ୍‌ର କିଛି ଅଞ୍ଚଳରେ ପ୍ରଚଣ୍ଡ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ଗତକାଲି ରାତିରେ ଋଷର ରାଷ୍ଟ୍ରପତି ଭବନ ଉପରେ ୟୁକ୍ରେନ ଆକ୍ରମଣ କରିଥିଲା । ଆକ୍ରମଣ କରିଥିବା ଦୁଇଟି ଡ୍ରୋନକୁ ଗୁଳିକରି ଖସାଇଦେଇଥିବା ଦାବି କରିଛି ରୁଷ। ଋଷ କହିଛି ଏହା ହେଉଛି ଆତଙ୍କବାଦୀ ଆକ୍ରମଣ । ଆଉ ଏହାର କଡା ଜବାବ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ