Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳୁଛି ମଣିପୁର ; ସାହାଯ୍ୟ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ମେରି କମ୍‌

ଇମ୍ଫାଲ: ବୁଧବାର ରାତିରେ ଚୁରାଚାନ୍ଦପୁର ଜିଲ୍ଲାର ତୋରବଙ୍ଗ ଅଞ୍ଚଳରେ ଏକ ଆଦିବାସୀ ସମାବେଶ ପରେ ମଣିପୁର ଅଶାନ୍ତ ହୋଇପଡିଛି।

ଏହି ବିକ୍ଷୋଭରେ ହଜାର ହଜାର ଆନ୍ଦୋଳନକାରୀ ଅଂଶଗ୍ରହଣ କରି ଆଦିବାସୀ ଏବଂ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟାଇଥିବା ଜଣାପଡ଼ିଛି। ଏହାଦ୍ବାରା ଅନ୍ୟ ଜିଲ୍ଲାମାନଙ୍କରେ ହିଂସା ବ୍ୟାପିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ତେଣୁ ମଣିପୁରର ପରିସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି। ଏ ନେଇ ଏବେ ଏମସି ମେରି କମ୍‌ ନିଆଁକୁ ଆୟତ୍ତ କରିବାରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ଅଲିମ୍ପିକ୍ ପଦକ ବିଜେତା ତଥା ବକ୍ସିଂରେ ୬ ଥର ବିଶ୍ୱ ଚାମ୍ପିଅନ୍ ହୋଇଥିବା ମେରି କମ୍‌ ଗୁରୁବାର ଦିନ ଟୁଇଟ୍ କରି ହିଂସା ର ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଟ୍ୟାଗ୍ କରି ସାହାଯ୍ୟ ଲୋଡିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ