Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନର ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ।

ପାରଳାଖେମୁଣ୍ଡି:୨୯/୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ-୨୦୨୫ ର ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିର ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ମହମ୍ମଦ ମୁବାରକ ଅଲ୍ଲୀ,ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ (କୁଷ୍ଠ) ଡାକ୍ତର ଇନ୍ଦିରା ମହାପାତ୍ର, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର ରବିନାରାୟଣ ଦାସ, ଏଡିପିଏଚଓ ଡାକ୍ତର ଆନନ୍ଦ ଶର୍ମା ,ଜାତୀୟ ସ୍ଵାସ୍ଥ୍ୟ ମିଶନ ତଥା ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସୌମ୍ୟା ରାଣୀ ଗୋଡ଼ ଓ ଶ୍ରୀ ଜି। ରାମ କୃଷ୍ଣ ନାଇଡୁ, ସ୍ବାସ୍ଥ୍ୟ ପରିଦର୍ଶକ ସମେତ ସମସ୍ତ ବ୍ଲକର ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ଯୋଗଦେଇଥିଲେ l ସ୍ପର୍ଶ କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ l କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ମାଗଣାରେ ଚିକିତ୍ସା କରିବା ପାଇଁ କହିଥିଲେ l କୁଷ୍ଠ ରୋଗର ସଚେତନତା ନିମନ୍ତେ ଆସନ୍ତା କାଲି ତା.୩୦ ଜାନୁଆରୀ ଠାରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସମସ୍ତ ବ୍ଲକ୍ ର ଗ୍ରାମ ସ୍ତରରେ ସ୍ପର୍ଶ କୁଷ୍ଠରୋଗ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଚାଲିବ । ଏହି ଅବସରରେ ଆଜି ଉପସ୍ଥିତ ଥିବା ସମସ୍ତ ଅଧିକାରୀଙ୍କୁ କୁଷ୍ଠ ରୋଗ ନିରାକରଣ ସଚେତନତା ନିମନ୍ତେ ଶପଥ ପାଠ କରାଇଥିଲେ।ଏଥିପାଇଁ ଜିଲ୍ଲାପାଳ ସମସ୍ତ ବିଭାଗ ମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ l ପ୍ରତ୍ୟେକ ଗାଁରେ କୁଷ୍ଠରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ,ଆଶା,ଅଙ୍ଗନବାଡି କର୍ମୀ, ଏଏନଏମ ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ରହିବେ l ପ୍ରତ୍ୟେକ ସ୍କୁଲରୁ ଜଣେ କିମ୍ବା ଦୁଇଜଣ ଛାତ୍ରୀ ” ସପନା ” ସ୍ବେଛାସେବୀ ଭାବେ କାର୍ଯ୍ୟ କରି କୁଷ୍ଠ ରୋଗର ସଚେତନତା ସୃଷ୍ଟି କରିବାରେ ସହାୟକ ହେବେ l ସମସ୍ତ ଗ୍ରାମପଞ୍ଚାୟତ ର ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ସମସ୍ତେ ସ୍ପର୍ଶ କୁଷ୍ଠରୋଗ ସଚେତନତା ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories