Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭୬ତମ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକାକୁ ଅସମ୍ମାନ;ସୂର୍ଯ୍ୟ ଅସ୍ତ ପରେ ଜାତୀୟ ପତାକା ଉଡେଇବା ଦଣ୍ଡନୀୟ ଅପରାଧ ଅଟେ

ାରଳାଖେମୁଣ୍ଡି:୨୮/୧(ଗରୁଡ଼ ଧ୍ୱଜ ଚୌଧୁରୀ)ଭାରତ ସାରା ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି କିନ୍ତୁ ବିଡମ୍ବନାର ବିଷୟ ଯେ ପାକ ଶିକ୍ଷା ପ୍ରଦାନ କେନ୍ଦ୍ର ତଥା ଅଙ୍ଗନବାଡି କେନ୍ଦ୍ର ଠାରେ ଜାତୀୟ ପତାକାକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଡାଇବା ଦୁର୍ଭାଗ୍ୟର ଵିଷୟ ହୋଇଛି।ସମ୍ବିଧାନର ବିଧି ଅନୁସାରେ ଜାତୀୟ ପତାକାକୁ ସୂର୍ଯ୍ୟ ଅସ୍ତ ପୂର୍ବରୁ ସମ୍ମାନର ସହିତ ଉପରରୁ ତଳକୁ ଓହ୍ଲେଇବାର ରହିଛି କିନ୍ତୁ ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ସଦର ମହକୁମା ପାଇକ ସାହିର ଅଙ୍ଗନବାଡି କେନ୍ଦ୍ର ସି ଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ମିଳିଥିବା ସୂଚନା ଅନୁସାରେ ଏହି ଅଙ୍ଗନବାଡି କେନ୍ଦ୍ର ଠାରେ କମଳମତି ଶିଶୁ ମାନଙ୍କୁ ସାଧାରଣତନ୍ତ୍ର ଦିବସରେ ଭାରତୀୟ ସମ୍ବିଧାନର ବିଧି ଅନୁଯାୟୀ ମହାପୁରୁଷ ମାନଙ୍କ ବଳିଦାନ ଉତ୍ସର୍ଗ ବିଷୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।କିନ୍ତୁ ଅଙ୍ଗନବାଡି କେନ୍ଦ୍ରର ଅଧିକାରୀ ମାନେ ଜାତୀୟ ପତାକାକୁ ସସମ୍ମାନର ସହିତ ଓହ୍ଲେଇବା ଭୁଲିଯାଇଥିଲେ।ଜାତୀୟ ପତାକାଟି ରାତ୍ରି ସମୟ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର ଠାରେ ଉଡୁଥିବା ଦେଖିବାକୁ ମିଳିଥିଲା।ଯାହାଫଳରେ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏନେଇ ସିଡ଼ିପିଓ ପୁଷ୍ପାଞ୍ଜଳି ପଣ୍ଡା କହିଛନ୍ତି ଯେ ଅଙ୍ଗନବାଡି ଦିଦି ସଙ୍ଘ କାର୍ଯ୍ୟରେ ବାହାରକୁ ଚାଲିଯାଇଥିବା ଯୋଗୁଁ ଜାତୀୟ ପତାକା ଓହ୍ଲେଇବାରେ ବିଳମ୍ବ ହୋଇଛି।ତେବେ ଜାତୀୟ ପତାକା ଭଳି ସମ୍ବିଧାନର ବିଧି ପାଳନକୁ ଯଦି ଅସମ୍ମାନ ତାହେଲେ ସେଠାରେ ପାକ ଶିକ୍ଷା ଗ୍ରହଣ କରୁଥିବା କମଳମତି ଶିଶୁ ମାନଙ୍କ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories