Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା କଲ୍ୟାଣ ମଣ୍ଡପ ଠାରେ ଉଦ୍ୟାନ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକର ପ୍ରସାର ଓ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ

ନୂଆଗଡ:୩୦/୧ ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମା କଲ୍ୟାଣ ମଣ୍ଡପ ଠାରେ ଉଦ୍ୟାନ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକର ପ୍ରସାର ଓ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ଏଥିରେ ଯୋଗ ଦେଇ ଉପସ୍ଥିତ ଅଧିକାରୀ ମାନଙ୍କ ପରାମର୍ଶ ଅନୁସାରେ ଉଦ୍ୟାନ କୃଷି କରି ସ୍ବାବଲମ୍ବୀ ହେବା ପାଇଁ ଚାଷୀ ଭାଇ ଭଉଣୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ କୃଷି ଅଧିକାରୀ ନାରାୟଣ ଚାନ୍ଦ, ସହକାରୀ ଉଦ୍ୟାନ ଅଧିକାରୀ ଦିଲୀପ କୁମାର ଲିଙ୍ଗାଲ, ଅତିରିକ୍ତ ପ୍ରାଣୀ ଚିକିତ୍ସା ସହାୟକ ଡଃ ରାଜାରାମ ଖୋଟସା, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ବିଭାଗ ସୁଶାନ୍ତ ରଞ୍ଜନ ଦାସ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ପଟ୍ଟନାୟକ, ଉଦ୍ୟାନ ଅଧିଦର୍ଶକ ଅଧିକାରୀ ରାଜୁ ନିଲାପୁ ପ୍ରମୁଖ ଉପସ୍ଥିତ ରହି ଚାଷୀ ଭାଇ ଭଉଣୀ ମାନଙ୍କୁ ଉଦ୍ୟାନ କୃଷି ପ୍ରଣାଳୀ, ବିଭିନ୍ନ ରୋଗ ଓ ତାହାର ନିରାକରଣ, ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କ ରେ ଅବଗତ କରାଇଥିଲେ। ବିଭିନ୍ନ ପଞ୍ଚାୟତର ଚାଷୀ ଭାଇ ଭଉଣୀ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅନେକ ନୂତନ ବିଷୟ ଉତ୍ସାହ ସହିତ ଶିକ୍ଷା କରୁଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories