Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାୟଗଡ ବ୍ଲକ ଅଧକ୍ଷା ଓ ଉପାଧ୍ୟାକ୍ଷାଙ୍କ ଦୁର୍ନୀତି ବିରୋଧରେ ବିଜେପିର ରାଲୀ, କୁଶପୁତ୍ତଳିକା ଦାହ ଓ ପଞ୍ଚାୟତ ରାଜ ମନ୍ତ୍ରୀଙ୍କ ଉଦ୍ୟେଶରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି:୩୧/୩(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧକ୍ଷା ପୂର୍ଣ୍ଣ ବାସି ନାୟକ,ତାଙ୍କ ସ୍ଵାମୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ଉପାଧ୍ୟାକ୍ଷା ଜ୍ୟୋତି ପ୍ରସାଦ ପାଣିଙ୍କ ଦୁର୍ନୀତି ବିରୋଧରେ ବିଜେପିର ରାଲୀ ,ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କରିବା ସହ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଉଦ୍ୟେଶରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ଜିଲ୍ଲା ବି.ଜେ.ପି ସଭାପତିଙ୍କ ଅନୁମୋଦନ କ୍ରମେ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପ୍ରଧାନୀ ଏବଂ ପ୍ରତାପ ପାଇକଙ୍କ ନେତୃତ୍ବରେ ପ୍ରାୟ 2000 ବି.ଜେ.ପି କର୍ମୀ ସମାବେଶ ହୋଇ ଆଜି
ତା.31.01.2025 ରିଖ ଶୁକ୍ରବାର ଦିନ ରାୟଗଡ଼ ହାତପଦା ଠାରୁ ଏକ ବିଶାଳ ରାଲୀ ରେ ବାହାରି ବ୍ଳକ ଅଧ୍ଯକ୍ଷାଙ୍କ ଦୁର୍ନୀତି ବିରୋଧରେ ବ୍ଲକ ଘେରାଉ ହୋଇଛି ଏହାର ଉଦ୍ଦେଶ୍ୟ ଏହିକି, ଏହି ଅଞ୍ଚଳ ଜନସାଧାରଣଙ୍କ ମୂଖ୍ୟ ଦାବୀ ଗୁଡ଼ିକ ହେଲା, ଦୀର୍ଘଦିନ ଧରି ଚାଲିଥିବା ବ୍ଲକ ଅଧ୍ୟକ୍ଷାଙ୍କ ମନମୁଖୀ ଶାସନର ଅବସାନ ହେବା ଯଥା :(୧) ଭ୍ରଷ୍ଟାଚାରରେ ଲିପ୍ତ ରହି ଅନୈତିକ ଉପାୟରେ ଅର୍ଥ ଉପାର୍ଜନ କରିବା, ନିଜେ ଅଧ୍ଯକ୍ଷା ହୋଇ ମଧ୍ୟ ଅପାରଗତା କାରଣରୁ ନିଜ ମତାକୁ ତାଙ୍କ ସ୍ବାମୀ ବିଜୁ ଜନତା ଦଳ ନେତା ଅନ୍ତର୍ଯ୍ୟାମି ଗମାଙ୍ଗଙ୍କୁ ଅର୍ପଣ କରି ବ୍ଲକର ସମସ୍ତ କାର୍ଯ୍ୟରେ ଅନଧିକାର ହସ୍ତକ୍ଷେପ କରି ବିଶୃଙ୍ଖଳା ଏବଂ ବ୍ଲକରେ ଅରାଜକତା ଶାସନ ସୃଷ୍ଟି କରିବା ବନ୍ଦ କରାଯାଉ ।(୨) ବ୍ଲକ କାର୍ଯ୍ୟପାଇଁ ଉଦ୍ଦିଷ୍ଟ ସରକାରୀ ଗାଡ଼ିକୁ ଅଧ୍ଯକ୍ଷାଙ୍କ ସ୍ବାମୀ ବି.ଜେ.ଡ଼ି ନେତା ଅନ୍ତର୍ଯ୍ୟାମି ଗମାଙ୍ଗ ଦଳୀୟ ଓ ନିଜ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରିବା ବନ୍ଦ କରାଯାଉ ।(୩) ବ୍ଲକ ଅଧ୍ୟକ୍ଷାଙ୍କ ରେଷ୍ଟ ଚାମ୍ବର କୁ ତାଙ୍କ ସ୍ବାମୀଙ୍କ ନେତୃତ୍ବରେ ନିଜ ଦଳ ବି.ଜେ.ଡ଼ି ର କାର୍ଯ୍ୟକ୍ରମ କରିବାକୁ ବନ୍ଦ କରାଯାଉ ।(୪) ବ୍ଲକ ଅଧ୍ୟକ୍ଷାଙ୍କ କାଉଣ୍ଟର ଦସ୍ତଖତ କ୍ଷମତାକୁ ଅପସାରଣ କରି ତାହା Sub-Collector, ପାରଳାଖେମୁଣ୍ଡି ମହୋଦୟଙ୍କୁ ଏହି କ୍ଷମତା ହସ୍ତାନ୍ତର କରାଯାଉ, କାରଣ ରାଜନୈତିକ ଉଦ୍ଦେଶ୍ୟ ରଖ୍ ଜାଣିଶୁଣି କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିଲ (Bill)ରେ କାଉଣ୍ଟର ଦସ୍ତଖତ କରୁ ନାହାନ୍ତି ଓ ଉଦ୍ଦେଶ୍ୟ ମୂଳକ ଭାବରେ ହଇରାଣ ହରକତ କରୁଛନ୍ତି ।(୫) MGNREGS କାର୍ଯ୍ୟରେ ଅଧ୍ଯକ୍ଷାଙ୍କ ସ୍ବାମୀଙ୍କ ନିର୍ଦ୍ଦେଶରେ MGNREGS ମ୍ୟାଟେରିଆଲ ଟଙ୍କା ଗୁଡ଼ିକୁ ଭେଣ୍ଡର ଙ୍କ ନାମକୁ ନ ଛାଡ଼ି ନିଜ ସଂପର୍କୀୟ ଲୋକଙ୍କ ନାମରେ ଛଡ଼ାଯାଉଛି, ତାହା ବନ୍ଦ କରାଯାଉ (୬) ପ୍ରଧାନମନ୍ତ୍ରୀ ଆବାସ ର ଦାୟିତ୍ବରେ ଥିବା ଶ୍ରୀ କୁଲଦୀପ କୁମାର ନାୟକ (BPC RS), ହିତାଧୁକାରୀଙ୍କ ଠାରୁ ଅଗ୍ରିମ ଉତ୍କୋଚ ନେଇ ଘର ଛାତ ନ ପଡ଼ିଥିଲେ ମଧ୍ୟ ଶେଷ ବିଲ ପାରିତ କରି ଦେଉଛନ୍ତି, ତାହା ବନ୍ଦ କରାଯାଉ ।
7)ସ୍ବଚ୍ଛଭାରତ ରେ କାର୍ଯ୍ୟକରୁଥିବା ଆଉଟ ସୌରସିଙ୍ଗ କର୍ମଚାରୀମାନେ ଅଧ୍ଯକ୍ଷାଙ୍କ ନିର୍ଦ୍ଦେଶରେ କାମ ସମ୍ପୁର୍ଣ ହୋଇଥିଲେ ମଧ୍ଯ ବିନା ଅଗ୍ରୀମ ଲାଞ୍ଚରେ ବିଲ ପାସ କରାଉ ନାହାନ୍ତି, ତାହା ବନ୍ଦ କରାଯାଉ ।୮) ବ୍ଲକ C.P ଏବଂ MGNREGS A.P.O, ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ନିର୍ଦ୍ଦେଶରେ ବ୍ଲକରେ କାର୍ଯ୍ୟ କରୁଥିବା MGNREGS Out Sourcing ମାନଙ୍କର ନାମରେ ଟଙ୍କା ଛଡ଼ାଯାଉଛି ଏହି ପରି ବିଭିନ୍ନ ଦାବୀ କୁ ନେଇ ଆଜି ବିଜେପି ନେତା ଓ କର୍ମୀ ମାନେ ସ୍ଥାନୀୟ ହାଟପଦା ଠାରୁ ଏକ ରାଲିରେ ବାହାରି ବ୍ଲକ ଯାଏ ଯାଇ ବିଡ଼ିଓ ସୁଧୀର ରଞ୍ଜନ ସିଂ କୁ ଦାବିପତ୍ର ପ୍ରଦାନ କରିଛନ୍ତି ଆଜିର ଏହି କାର୍ଯ୍ୟକ୍ରମ ବେଳେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ,ସାଂସଦ ଜିଲ୍ଲା ପ୍ରତିନିଧି ଆର. ବିଜୟ କୁମାର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନବ କିଶୋର ଶବର, ରାଜ କିଶୋର ଭୂୟାଁ, ସନ୍ତୋଷ ଭୁୟାଁ,ଲୋକନାଥ ଦଳାଇ, ମିଥିଳା ଦେବୀ, ଲାବଣ୍ୟ ଶବରଙ୍କ ସହ ମହୋନା ନିର୍ବାଚନ ମଣ୍ଡଳୀ ର ସାତ ଜଣ ମଣ୍ଡଳ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l